ଆଜି ଆଇପିଏଲ୍‌ରେ ଖେଳାଯିବ ପ୍ରଥମ କ୍ୱାଲିଫାୟାର, ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହେବ ଜୋରଦାର ମୁକାବିଲା

ଚଳିତବର୍ଷର ଆଇପିଏଲ୍‌ ଗତ ସବୁ ବର୍ଷ ତୁଳନାରେ ଭିନ୍ନ ରହିଛି। କାରଣ ଏଥରକ ପ୍ଲେଅଫ୍‌କୁ ଯାଇ ନାହିଁ ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ୍‌। ଆଇପିଏଲ୍‌ରେ ଆଜିଠୁ ଆରମ୍ଭ ହେଉଛି ପ୍ଲେ ଅଫ୍‌ର ମହାମୁକାବିଲା। ପରସ୍ପରକୁ କଡ଼ା ଟକ୍କର ଦେବେ ଟପ୍‌ ୪ ଦଳ। ଆଜି ଆଇପିଏଲ୍‌ର ପ୍ରଥମ ପ୍ଲେ ଅଫ୍‌ରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ।

ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଆଜି କ୍ୱାଲିଫାୟାର ୧ ମୁକାବିଲା ହେବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆସନ୍ତାକାଲି ବା ଶୁକ୍ରବାର ଏଲିମିନେଟର ମୁକାବିଲା ହେବ। ଏଥିରେ ସାମ୍ନାସାମ୍ନି ହେବେ ବିରାଟ ବାହିନୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ।

ଏହାର ପରବର୍ତ୍ତୀ ମ୍ୟାଚ୍‌ ଖେଳାଯିବ ନଭେମ୍ବର ୮ରେ। ଏହି ଦିନ ଦ୍ୱିତୀୟ କ୍ୱାଲିଫାୟାର ଅନୁଷ୍ଠିତ ହେବ। ଏଥିରେ ପ୍ରଥମ କ୍ୱାଲିଫାୟାରର ପରାଜିତ ଦଳ ଓ ଏଲିମିନେଟର ମ୍ୟାଚ୍‌ର ବିଜେତା ଦଳଙ୍କ ମଧ୍ୟରେ ମୁକାବିଲା ହେବ। ଏଥିରେ ଯିଏ ଜିତିବ ସେ ଫାଇନାଲକୁ ଯିବ। ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୭.୩୦ରେ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.