୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ, ବିଳମ୍ବିତ ରାତିରେ ରାୟ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ । ଗତକାଲି ଅପରାହ୍ନ ୫ଟାରୁ ଆଲିବାଗ କୋର୍ଟରେ ଏକ ଘଣ୍ଟା ଧରି ଶୁଣାଣି ହୋଇଥିଲା । ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବିଳମ୍ବିତ ରାତିରେ କୋର୍ଟ ଏହି ରାୟ ଦେଇଛନ୍ତି । ଅର୍ଣ୍ଣବ ଗୋସ୍ୱାମୀ ଜାମିନ ଆବେଦନ କରିଛନ୍ତି । ତଦନ୍ତକାରୀ ଅଧିକାରୀଙ୍କୁ ଉତ୍ତର ଦେବାକୁ କହିଛନ୍ତି କୋର୍ଟ ।

ଗତକାଲି ମୁମ୍ବାଇ ଓ୍ଵର୍ଲି ବାସଭବନରୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ । ୨୦୧୮ ର ଏକ ଆତ୍ମହତ୍ୟା ମାମଲାରେ ଗିରଫ କରିଛି ପୋଲିସ । ୨୦୧୮ରେ ଜଣେ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ । ଘଟଣା ସ୍ଥଳରୁ ସୁଇସାଇଡ୍‌ ନୋଟ ଜବତ ହୋଇଥିଲା । ଆତ୍ମହତ୍ୟା ପାଇଁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ଫିରୋଜ ସେକ୍‌ ଓ ନିତେଶ ସାରଦାଙ୍କୁ ଦାୟି କରି ସୁଇସାଇଡ୍‌ ନୋଟ୍‌ ଲେଖାଯାଇଥିଲା।

ବମ୍ବେ ଡାଇଙ୍ଗ ଷ୍ଟୁଡିଓ ପାଇଁ ଅର୍ଣ୍ଣବ ତାଙ୍କୁ ୮୩ ଲକ୍ଷ ଟଙ୍କା ବକେୟା ଦେଇ ନଥିଲେ । ସେହିଭଳି ସ୍କାଇମିଡିଆର ଫିରୋଜ ସେକ୍‌ ଓ ସ୍ମାର୍ଟ ଓ୍ଵର୍କ ମାଲିକ ନିତେଶ ସାରଦା ସାଢେ ୪ କୋଟି ଟଙ୍କା ବାକି ରଖିଥିଲେ । ସେଥିପାଇଁ ଏଭଳି ଚରମ ପଦକ୍ଷେପ ନେଇଥିବା ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.