Below header

କରୋନା ଟିକା ନେବା ପରେ ବୃଦ୍ଧ ମୃତ, ପୋଲିସରେ ଅଭିଯୋଗ କଲେ ପରିବାର ଲୋକେ

କରୋନା ଟିକା ନେବା ପରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ମାମଲା ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଧୁପଗୁରୀ ଅଞ୍ଚଳରେ କୋଭିସିଲ୍ଡ ନେବା ପରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଛନ୍ତି।

ଏନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି, ମଙ୍ଗଳବାର ଜଲପାଇଗୁଡ଼ିର ୬୪ ବର୍ଷୀୟ ବ୍ୟବସାୟୀ କୃଷ୍ଣ ଦତ୍ତଙ୍କ ମୃତ୍ୟୁ ଏକ ସ୍ଥାନୀୟ ହସ୍ପିଟାଲରେ ହୋଇଛି। ତାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସେ ସୋମବାର ଦିନ କୋଭିସିଲ୍ଡ ଟିକା ନେଇଥିଲେ ଓ ସେହି ରାତିରେ ହିଁ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଉପୁଜି ଥିଲା। ତେବେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ବୃଦ୍ଧଙ୍କର ପୂର୍ବରୁ ବି କିଛି ରୋଗ ଥିଲା। ମାତ୍ର ଏହି ମୃତ୍ୟୁ ଅପ୍ରାକୃତିକ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଧିକାରୀ କହିଛନ୍ତି, କୃଷ୍ଣ ଦତ୍ତଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଜଳପାଇଗୁଡି ରାଜ୍ୟ ଜେନେରାଲ ହସ୍ପିଟାଲକୁ ପଠାଯାଇଛି। ଇତିମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି, ମଙ୍ଗଳବାର ମୋଟ ୧ ଲକ୍ଷ ୬୦ ହଜାର ୪୩୫ ଜଣ କୋଭିଡ୍‌ ଟିକା ନେଇଥିଲେ। କିନ୍ତୁ କାହା ଠାରେ ମଧ୍ୟ ପ୍ରତିକୂଳ ପ୍ରଭାବର କୌଣସି ମାମଲା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.