କୋଭିଡ୍ କଟକଣାରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଆସନ୍ତାକାଲି ହେବ ଜାଗର ଯାତ୍ରା, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ
ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । କୋଭିଡ୍ କଟକଣା ଭିତରେ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । କେଉଁଠି ବିନା ଭକ୍ତ ତ କେଉଁଠି ଅଳ୍ପ ସଂଖ୍ୟକ ଭକ୍ତ କରିପାରିବେ ଠାକୁର ଦର୍ଶନ । ରାତି ୧୦ଟାରେ ଲିଙ୍ଗରାଜଙ୍କଠାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି । ଭଦ୍ରକ ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ଜାଗର ପାଇଁ ଆଜିଠୁ ୧୨ ତାରିଖ ସକାଳ ୭ଟା ଯାଏ ୧୪୪ ଧାରା ଲାଗୁ ହୋଇଛି।
କୋଭିଡ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି । ମନ୍ଦିର ଭିତର ଓ ବାହାରେ ଗହଳି ନକରିବାକୁ କଟକଣା ଲାଗିଛି । ମନ୍ଦିର ଗୁଡିକରେ ଯେପରି କୌଣସି ମେଳା ନପଡେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସମସ୍ତ ଜିଲ୍ଳାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି ।