କରୋନା ଅପଡେଟ: ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୭୩୬ ନୂଆ ପଜିଟିଭ, ୮୫୩ ମୃତ

ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୫୪ ହଜାର ୭୩ଟି ନୂଆ କେସ୍ ସାମ୍ନାକୁ ଆସିଛି । ଯେବେକି ୮୫୩ ଜଣଙ୍କ ଜୀବନ ନେଇଛି ଭୟଙ୍କର ଭୂତାଣୁ । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୩୭ ହଜାର ପାର କରିଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମୃତ୍ୟୁସଂଖ୍ୟା ରହିଛି ୩୭ ହଜାର ୩୬୪ । ଏଯାବତ ଦେଶରେ ୫ ଲକ୍ଷ ୬୭ ହଜାର ୭୩୦ ଆକ୍ଟିଭ୍ କେସ୍ ରହିଥିବା । ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୧ ଲକ୍ଷ ୪୫ ହଜାର ୬୩୦ ।

କରୋନା ରାଜଧାନୀ ଭାବେ ଜଣା ମହାରାଷ୍ଟ୍ରରେ ୯୫୬୬ ଜଣ ପୋଲିସ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ମଧ୍ୟରୁ ୭୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୧୯୨୯ଟି ସକ୍ରିୟ ମାମଲା ରହିଛି । କେବଳ ମହାରାଷ୍ଟ୍ରରୁ ହିଁ ୧୦୩ ପୋଲିସ କର୍ମୀ ମୃତ୍ୟୁବରଣ କରିଛନ୍ତି । ରାଜସ୍ଥାନରୁ ଆଜି ୫୬୧ ଜଣ, ଆମ ରାଜ୍ୟ ଓଡିଶାରୁ ୧୪୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩ ଛୁଇଁଛି । ଯାହା ମଧ୍ୟରୁ ୨୧୨୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୩୪୦୪ ଟି ସକ୍ରିୟ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.