ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି। ସେହିପରି ଆଉ ଜଣେ ପାଇଲଟ୍‌ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଥାଉକି, ସକାଳ ପ୍ରାୟ ୧୦ ଟାରେ ଏହି ଅଘଟଣ ଘଟିଥିଲା । ସେନା ପକ୍ଷରୁ କୁହାଯାଇଛି ଯେ, ଚିତା ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଉଭୟଙ୍କୁ ନିକଟସ୍ଥ ସେନା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଲେଫ୍ଟନାଣ୍ଟ କର୍ଣ୍ଣଲ ସୌରଭ ଯାଦବ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘ଦୁର୍ଘଟଣା କାରଣ ଜଣାପଡିନି । ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.