ଉରିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

ଉରିରେ ଶୁକ୍ରବାର ସକାଳେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭଣ୍ଡୁର କରିଛି ଭାରତୀୟ ସେନା । ସେନା LOCର ରୁସ୍ତମ ପୋଷ୍ଟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିବା ସହ ଜଣେ ଆତଙ୍କୀଙ୍କୁ ନିପାତ କରିଛି ।

ଉରିରେ ଶୁକ୍ରବାର ସକାଳେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭଣ୍ଡୁର କରିଛି ଭାରତୀୟ ସେନା । ସେନା LOCର ରୁସ୍ତମ ପୋଷ୍ଟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିବା ସହ ଜଣେ ଆତଙ୍କୀଙ୍କୁ ନିପାତ କରିଛି । ଏହି ଅଞ୍ଚଳରେ ଏବେ ବି ସେନାର ଅପରେସନ ଜାରି ରହିଛି ।

ସେନା ସୂତ୍ରରୁ ଜଣାପଡ଼ିଛି ଯେ ଏନକାଉଣ୍ଟର ପରେ ଅଞ୍ଚଳରେ ସର୍ଚ୍ଚ ଏବଂ କର୍ଡନ ଅଭିଯାନ ଜାରି ରହିଛି । ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏତିକି ବେଳେ ସେନାର ଯବାନମାନଙ୍କ ପ୍ରଭାବଶାଳୀ ଗୁଳି ବିନିମୟରେ ଆତଙ୍କବାଦୀ ଗୋଷ୍ଠୀ ପଛକୁ ହଟିଯାଇଥିଲା ।

ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଏବଂ ସେନାର ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା ସୂତ୍ରରୁ ପ୍ରକାଶ ଯେ ଗୁଳି ବିନିମୟ ପରେ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଥିଲା ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୫ ତାରିଖ ସକାଳେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଜଣାପଡ଼ିଥିଲା । ଏକ ଗୁପ୍ତ ସୂଚନା ପରେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ବାହିନୀ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ଗୁଳି ବିନିମୟ ହୋଇଥିଲା । ବର୍ତ୍ତମାନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ସବୁରା ନାଲା ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି । ଏବେ ବି ଅଞ୍ଚଳରେ ଫାୟାରିଂ ଜାରି ରହିଛି ।

କହି ରଖୁଛୁ, ଗତବର୍ଷ ମଧ୍ୟ ଏହିପରି ଏକ ଘଟଣା ଜମ୍ମୁରେ ଘଟିଥିଲା । ଅନ୍ତର୍ଜାତୀୟ ସୀମାରେ ଭାରତୀୟ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବିଫଳ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.