ପ୍ରଥମ ପର୍ଯ୍ୟାୟରେ ଏହି ୧୩ଟି ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ରପ୍ତାନି କରିବ ଭାରତ, ଜାରି କଲା ତାଲିକା

କରୋନା ଭାଇରସକୁ ମାତ୍ ଦେବାକୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ପ୍ରସ୍ତୁତ କରୁଛି। ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ଦେଶକୁ ଏହି ବଟିକା ଯୋଗାଇ ଦିଆଯିବ ତାହାର ତାଲିକା ପ୍ରସ୍ତୁତ କରିଛି ଭାରତ। ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଯୋଗାଣ ଲାଗି ଭାରତ ପ୍ରଥମ ୧୩ଟି ଦେଶର ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଅଧିକାଂଶ ପଡ଼ୋଶୀ ଦେଶ ରହିଛି।

Large number of HCQ doses bought by US have come from India ...

୧୩ ଟି ଦେଶ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ୨ ୟୁରୋପିଆନ ଦେଶ- ସ୍ପେନ ଓ ଜର୍ମାନୀ, ୨ ଦକ୍ଷିଣ ଆମେରିକୀୟ ଦେଶ- ଡୋମିନିକାନ ରିପବ୍ଲିକ ଓ ବ୍ରାଜିଲ, ପଶ୍ଚିମ ଏସିଆର ଗୋଟିଏ ଦେଶ, ବାହାରିନ ଓ ୫ଟି ପଡ଼ୋଶୀ ଦେଶ- ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଲଦ୍ବୀପ ଓ ବାଂଲାଦେଶ ରହିଛି। ଭାରତ ମୋଟ ୨୫ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ ଯୋଗାଇବ ବୋଲି ଜଣାଯାଇଛି।

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନୋଡାଲ ପର୍ସନ ଦାମୁ ରବି କହିଛନ୍ତି ଯେ ସାରା ବିଶ୍ୱରେ ହାଇଡ୍ରୋକ୍ସିକ୍ଲୋରୋକୁଇନର ପ୍ରବଳ ଚାହିଦା ରହିଛି। ଅନେକ ଦେଶ ତରଫରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇଦେବାକୁ ମଧ୍ୟ ଅନୁରୋଧ ଆସିଛି। ପ୍ରଥମ ପର୍ଯ୍ୟାୟର ରପ୍ତାନୀ ତାଲିକା ପ୍ରସ୍ତୁତ ସରିଛି। ଦ୍ଵିତୀୟ ଓ ତୃତୀୟ ତାଲିକା ପ୍ରସ୍ତୁତ ହେଉଛି। ଆମେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ ଜାରି ରଖିଛୁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.