ସମୁଦ୍ର ମଝିରେ ଭାରତୀୟ ନୌସେନା ଜବତ କଲା ପାକିସ୍ତାନୀ ବୋଟ୍‌, ଜବତ ହେଲା ୨ ହଜାର କୋଟି ଟଙ୍କାର ହେରୋଇନ

ନୂଆଦିଲ୍ଲୀ : ଶୁକ୍ରବାର ଭାରତୀୟ ନୌସେନା ଓ ଏନସିବି ଟିମ ମିଳିତଭାବେ ପାକିସ୍ତାନର ଏକ ନୌକାକୁ ସମୁଦ୍ର ମଝିରେ ଜବତ କରିଛନ୍ତି । ଏହି ଡଙ୍ଗାରୁ ୨୦୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦୦୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏଥିସହିତ ୬ ଜଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି ।

କୋଚି ଉପକୂଳ ନିକଟ ସମୁଦ୍ର ମଧ୍ୟରେ ଏହି ଡଙ୍ଗାକୁ ନୌସେନା ଓ ଏନସିବି ଟିମ ଜବତ କରିଥିଲେ । ସମୁଦ୍ର ବାଟ ଦେଇ ଭାରତକୁ ଆସୁଥିବା ଏହି ହେରୋଇନକୁ ଜବତ କରାଯାଇଥିଲା । ଗିରଫ ହୋଇଥିବା ଏହି ନାଗରିକମାନେ ପାକିସ୍ତାନର ହୋଇ ପାରନ୍ତି ବୋଲି ଏନସିବି ପକ୍ଷରୁ କୁହାଯାଇଛି । ତଦନ୍ତ ଜାରି ରହିଛି ।

ସମୁଦ୍ର ବାଟ ଦେଇ ଏହି ମୃତ୍ୟୁର ସାମଗ୍ରୀ ଆସୁଥିବାରୁ କୋଚି ସହ ଅନ୍ୟ ରାଜ୍ୟରେ ମଧ୍ୟ ସମୁଦ୍ର ପଥ ଉପରେ କଡା ନଜର ରଖାଯାଇଛି । ଏହି ଅବସରରେ ଏନସିବି ଟିମ ଗୁଜୁରାଟ ଜାମନଗର ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଞ୍ଚ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ନୌସେନା ସମୁଦ୍ର ମାର୍ଗ ଦେଇ ଆସୁଥିବା ବହୁ ନାର୍କୋଟିକ ଡ୍ରଗ୍ସକୁ ଜବତ କରିଛନ୍ତି । ସେଥିପାଇଁ ସମୁଦ୍ର ଉପକୂଳରେ କଡା ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.