ଦସ୍ୟୁଙ୍କ କବଳରେ ଫସିଥିଲେ ପାକିସ୍ତାନୀ ନାବିକ, ୧୨ ଘଣ୍ଟାର ଅପରେସନ ପରେ ଉଦ୍ଧାର କଲେ ଭାରତୀୟ ବୀର

୨୩ ଜଣ ପାକିସ୍ତାନୀ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ଇରାନର ଏକ ମାଛ ଧରା ବୋଟ ସହ ଏଥିରେ ଥିବା ୨୩ ଜଣ ପାକିସ୍ତାନୀ କ୍ରିୟୁ ସଦସ୍ୟଙ୍କୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ଭାରତୀୟ ନୌସେନା ଏମାନେଙ୍କୁ ଉଦ୍ଧାର କରିଛି । ଇରାନ ବୋଟ ‘AI Kambar 786 ’ କୁ ଆଡେନ୍ ଉପସାଗର ନିକଟରୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ ।

ନୂଆଦିଲ୍ଲୀ : ୨୩ ଜଣ ପାକିସ୍ତାନୀ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ଇରାନର ଏକ ମାଛ ଧରା ବୋଟ ସହ ଏଥିରେ ଥିବା ୨୩ ଜଣ ପାକିସ୍ତାନୀ କ୍ରିୟୁ ସଦସ୍ୟଙ୍କୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ଭାରତୀୟ ନୌସେନା ଏମାନେଙ୍କୁ ଉଦ୍ଧାର କରିଛି । ଇରାନ ବୋଟ ‘AI Kambar 786 ’ କୁ ଆଡେନ୍ ଉପସାଗର ନିକଟରୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ମାର୍ଚ୍ଚ ୨୮ ତାରିଖ ସଂଧ୍ୟାରେ ଭାରତୀୟ ନୌସେନା ନିକଟରେ ଅପହରଣ ନେଇ ସୂଚନା ପହଞ୍ଚିଥିଲା । ସାଙ୍ଗେ ସାଙ୍ଗେ ଅପରେସନ ଆରମ୍ଭ କରିଥିଲା ନୌସେନା । ଅପହୃତ ବୋଟ୍ ପାଖରେ ପହଞ୍ଚିଥିଲା INS ସୁମେଧା । ପରେ ଆଇଏନଏସ ତ୍ରିଶୁଲ ସାମିଲ ହୋଇଥିଲା ।

୧୨ ଘଣ୍ଟାର ଅପରେସନ ପରେ ଜଳଦସ୍ୟୁମାନେ ନୌସେନା ନିକଟରେ ଆତ୍ମସମର୍ପଣ ପାଇଁ ବାଧ୍ୟ ହୋଇଥିଲେ। ବୋଟରେ ଥିବା ୨୩ ଜଣ ପାକିସ୍ତାନୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ବୋଟକୁ ସାନିଟାଇଜ କରି ସୁରକ୍ଷିତ ସ୍ଥାନକୁ ଏସକଟ୍ କରାଯାଇଥିଲା। ଗତ ଜାନୁଆରୀ ୫ରେ ସୋମାଲିଆ ଜଳଦସ୍ୟୁଙ୍କ ଠାରୁ ଜାହାଜ ଏମଭି ଲିଲାକୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.