ଆଇପିଏଲ ୨୦୨୪: ବୃଥା ଗଲା କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ଦ୍ବିତୀୟ ବିଜୟ ହେଲା କୋଲକାତା ନାଇଟ ରାଇଡର୍ସର

କୋଲକାତା ନାଇଟ ରାଇଡର୍ସର ଏକତରଫା ବିଜୟ । କୋହଲିଙ୍କ ଅର୍ଦ୍ଧ ଶତକ ବୃଥା ଗଲା । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ପରାସ୍ତ ହୋଇଛି । କେହଲି ଚମକପ୍ରଦ ଇନିଂସ ଖେଳିଥିଲେ ମଧ୍ୟ ନାଇଟ ରାଇଡର୍ସ ୭ ୱିକେଟରେ ବିଜୟ ହାସଲ କରି ନେଇଥିଲା ।

(କେନ୍ୟୁଜ): କୋଲକାତା ନାଇଟ ରାଇଡର୍ସର ଏକତରଫା ବିଜୟ  କୋହଲିଙ୍କ ଅର୍ଦ୍ଧ ଶତକ ବୃଥା ଗଲା । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ପରାସ୍ତ ହୋଇଛି । କେହଲି ଚମକପ୍ରଦ ଇନିଂସ ଖେଳିଥିଲେ ମଧ୍ୟ ନାଇଟ ରାଇଡର୍ସ ୭ ୱିକେଟରେ ବିଜୟ ହାସଲ କରି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୬ ୱିକେଟ ବିନିମୟରେ ୧୮୨ ରନ୍ ସଂଗ୍ରହ କରିଥିଲା ।

ଜବାବରେ ନାଇଟ ରାଇଡର୍ସ ୧୬.୫ ଓଭରରେ ୩ ୱିକଟେ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ସୁନୀଲ ନାରାଏନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ବିଜୟ ସହ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି କୋଲକାତା ନାଇଟ ରାଇଡର୍ସ । ତେବେ ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ସର୍ବାଧିକ ଛକା ମାରି କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଗେଲ ସର୍ବାଧିକ ୨୩୯ଟି ଛକା ମାରିଥିଲେ । ଏହି ମ୍ୟାଚରେ କୋହଲି ୪ଟି ଛକା ମାରିବା ସହ ତାଙ୍କ ଛକା ସଂଖ୍ୟା ୨୪୧ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.