ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ମୂଲ୍ୟ, ୭୦ ହଜାର ଛୁଇଁବ ଦର

ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୮,୦୧୦ ଟଙ୍କା ରହିଛି । ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୩,୦୧୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୮ ହଜାର ୭୪୦ ଟଙ୍କା ହୋଇଛି ।

ଆଜିକାଲି ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି। ସୁନା ଓ ରୂପା ମୂଲ୍ୟ ଆକାଶଛୁଆଁ ହେଲାଣି । ବର୍ତ୍ତମାନ ସୁନା ଅନ୍ୟ ବର୍ଷ ଅପେକ୍ଷା ଉଚ୍ଚ ସ୍ତରରେ ପହଞ୍ଚିଛି। ୭୦ ହଜାର ଛୁଇଁବ ସୁନା ଦର । ଆଉ ମାତ୍ର କେଇ ଅଙ୍କ ପଛରେ । ଗୋଟିଏ ଦିନରେ ୭୦୦ ଟଙ୍କା ବଢ଼ିବା ପରେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ଟପିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୮,୦୧୦ ଟଙ୍କା ରହିଛି । ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୩,୦୧୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୮ ହଜାର ୭୪୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୦୧୦ ଟଙ୍କା ଓ ୬୮,୭୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୩,୧୬୦ ଟଙ୍କା ଓ ୬୮,୮୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୩,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୯,୭୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୩,୦୧୦ ଟଙ୍କା ଓ ୬୮,୭୪୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୭, ୯୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.