ଲେହରେ ଆରମ୍ଭ ହେଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା

ତିନି ମାସର ଲମ୍ବା ପରୀକ୍ଷା ପ୍ରକ୍ରିୟା ଅନୁଯାୟୀ, ପ୍ରଥମ ହାଇଡ୍ରୋଜେନ୍ ବସ୍ ଅଗଷ୍ଟ ୧୭ରେ ଲେହରେ ପହଞ୍ଚିଥିଲା । ଏହା ଭାରତର ସର୍ବସାଧାରଣ ରାସ୍ତାରେ ପ୍ରଥମ ହାଇଡ୍ରୋଜେନ୍ ବସ ହେବ ବୋଲି ଦାବି କରାଯାଇଛି । କମ୍ପାନୀ ଦାବି କରିଛି ଯେ ପ୍ରଥମ ଥର ପାଇଁ ଭାରତରେ ସର୍ବସାଧାରଣ ସ୍ତରରେ ହାଇଡ୍ରୋଜେନ୍ ବସ୍ ଚଳାଚଳ ଆରମ୍ଭ ହୋଇଛି ।

ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା ଲେହରେ ଆରମ୍ଭ ହୋଇଛି । NTPC ଏକ ହାଇଡ୍ରୋଜେନ ଇନ୍ଧନ ଷ୍ଟେସନ, ସୌର ପ୍ଲାଣ୍ଟ ଇନଷ୍ଟଲ୍‌ କରୁଛି ଏବଂ ଲେହର ଇଣ୍ଟରସିଟି ରାସ୍ତାରେ କାର୍ଯ୍ୟ କରିବା ପାଇଁ ପାଞ୍ଚଟି ଇନ୍ଧନ ସେଲ ବସ୍ ଯୋଗାଉଛି ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହା କାର୍ବନ-ନିରପେକ୍ଷ ଲଦାଖ ହାସଲ କରିବାରେ ସାହାଯ୍ୟ କରିବ ।

ତିନି ମାସର ଲମ୍ବା ପରୀକ୍ଷା ପ୍ରକ୍ରିୟା ଅନୁଯାୟୀ, ପ୍ରଥମ ହାଇଡ୍ରୋଜେନ୍ ବସ୍ ଅଗଷ୍ଟ ୧୭ରେ ଲେହରେ ପହଞ୍ଚିଥିଲା । ଏହା ଭାରତର ସର୍ବସାଧାରଣ ରାସ୍ତାରେ ପ୍ରଥମ ହାଇଡ୍ରୋଜେନ୍ ବସ ହେବ ବୋଲି ଦାବି କରାଯାଇଛି । କମ୍ପାନୀ ଦାବି କରିଛି ଯେ ପ୍ରଥମ ଥର ପାଇଁ ଭାରତରେ ସର୍ବସାଧାରଣ ସ୍ତରରେ ହାଇଡ୍ରୋଜେନ୍ ବସ୍ ଚଳାଚଳ ଆରମ୍ଭ ହୋଇଛି ।

୧୧, ୫୬୨ ଫୁଟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ମୋବିଲିଟି ପ୍ରୋଜେକ୍ଟ ପାଓ୍ଵାର ଜେନେରେଟ ପାଇଁ ୧.୭ ମେଗାୱାଟ ଆବଶ୍ୟକ କରିଥାଏ । ସୌର କାରଖାନା ସହିତ ମିଳିତ ଭାବରେ ବସଟି ଶୂନ ତାପମାତ୍ରାରେ କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଉଚ୍ଚ ସ୍ଥାନରେ ଆରାମରେ ଯାଇପାରିବ ।

. NTPC ୨୦୩୨ ସୁଦ୍ଧା ୬୦ ଗିଗାଓ୍ଵାଟ ନବୀକରଣ ଯୋଗ୍ୟ ଶକ୍ତି ଏବଂ ହାଇଡ୍ରୋଜେନ ଟେକ୍ନୋଲୋଜିରେ ଏନର୍ଜି ଷ୍ଟୋଜେକୁ ଡୋମେନ୍ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ।
. ଡିକାର୍ବୋନାଇଜେସନ୍ ଦିଗରେ ହାଇଡ୍ରୋଜେନ୍ ମିଶ୍ରଣ, କାର୍ବନ କ୍ୟାପଚର, ଇଭି ବସ୍, ସ୍ମାର୍ଟ ଏନଟିପିସି ଟାଉନସିପ୍ ଇତ୍ୟାଦି ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଉଛି ।
. ଭରତବେଞ୍ଜ ରିଲାଏନ୍ସ ଦ୍ୱାରା ବିକଶିତ ହାଇଡ୍ରୋଜେନ ଇନ୍ଧନ ସେଲ ଟେକ୍ନୋଲୋଜି ଦ୍ୱାରା ସଂଚାଳିତ ଭାରତର ପ୍ରଥମ ଇଣ୍ଟରସିଟି ବସର କନସେପ୍ଟ ମଡେଲକୁ ଉନ୍ମୋଚନ କରାଯାଇଛି ।
. ଏହା ହେଉଛି ଦେଶର ପ୍ରଥମ ହାଇଡ୍ରୋଜେନରେ ଚାଲୁଥିବା ବସ୍, ଯାହା ଆଗାମୀ ଭବିଷ୍ୟତରେ ଭାରତୀୟ ରାସ୍ତାରେ ଗଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.