Below header

ଭାରତ ହୋଇଗଲା କି କରୋନା ଭାଇରସ୍‌ମୁକ୍ତ? ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି ସରକାର

କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ପ୍ରଭାବ କିଛିକାଂଶରେ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ସବୁଠାରୁ ଖୁସିର କଥା ହେଉଛି ଭାରତରେ ଆଦୌ କରୋନା ରୋଗୀ ନାହାନ୍ତି। ଗୁରୁବାର ଦିନ କେରଳରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପରେ ସୁସ୍ଥ କରାଯାଇ ଘରକୁ ପଠାଯାଇଥିବା ସୂଚନା ମିଳିଛି। ଏଣୁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତକୁ କରୋନାମୁକ୍ତ ରାଷ୍ଟ୍ର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

coronavirus in india

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ କେରଳର ଶେଷ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନ୍‌ଆଇବି ପୁଣେ ଯାଞ୍ଚ ପରେ ବ୍ୟକ୍ତିଙ୍କ ଠାରେ କରୋନା ଭାଇରସ୍‌ ନଥିବା ସ୍ପଷ୍ଟ କରିଛି। ଏଣୁ ବ୍ୟକ୍ତି ଜଣକୁ ଘରକୁ ପଠାଇ ଦିଆଯାଇଛି। ରିପୋର୍ଟ ମୁତାବକ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨୦୦୦ ଜଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରଖିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କାହାରି ରିପୋର୍ଟ ମଧ୍ୟ ପଜିଟିଭ୍‌ ବାହାରି ନାହିଁ। ଏଣୁ ଖୁବ୍‌ଶୀଘ୍ର ସମସ୍ତଙ୍କୁ ଘରକୁ ପଠାଇଦିଆଯିବା ପରେ ଭାରତକୁ କରୋନାମୁକ୍ତ ଘୋଷଣା କରାଯିବ ବୋଲି ଆଶଙ୍କା କରାଯାଉଛି।

coronavirus in india

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ ଯୋଗୁ ଚୀନ୍‌ରେ ପାଖାପାଖି ୨୫୦୦ ଜଣଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ଲକ୍ଷାଧିକ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ବ୍ୟତୀତ ଜାପାନ, ଇରାନ, ହଂକଂ, ତାଇବାନ୍‌, ଫିଲିପାଇନ୍ସ, ଦକ୍ଷିଣକୋରିଆ ଓ ଫ୍ରାନ୍ସରେ ମଧ୍ୟ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.