ଇତିହାସ ରଚିଲା ଇସ୍ରୋ: ମହାକାଶକୁ ପଠାଇଲା ୮ଟି ନାନୋ ସାଟେଲାଇଟ୍‌

ହାଇଦ୍ରାବାଦ: ଇତିହାସ ରଚିଲା ଇସ୍ରୋ । ମହାକାଶକୁ ପଠାଇଲା ୮ଟି ନାନୋ ସାଟେଲାଇଟ୍‌ । ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ମୋଟ୍‌ ୯ଟି ସାଟେଲାଇଟ୍‌ର ଉତକ୍ଷେପଣ ହୋଇଛି । ଓସିଆନ୍‌ସାଟ-୩ ସମେତ ୮ ଟି ନାନୋ ସାଟୋଲାଇଟ୍‌ ମହାକାଶକୁ ପଠାଯାଇଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍‌ ମଧ୍ୟ ସାମିଲ ଅଛି ।

PSLV-C54 ରକେଟ୍‌ ସାହାଯ୍ୟରେ ସାଟେଲାଇଟ୍‌ ଗୁଡିକୁ ମହାକାଶକୁ ପଠାଯାଇଛି । ଏହି ସମ୍ପୂର୍ଣ୍ଣ ମିଶନ ପ୍ରାୟ ୨ ଘଣ୍ଟା ୨୦ ମିନିଟ୍‌ ଯାଏଁ ଚାଲିବ । ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍‌ । ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ଏହି ସାଟେଲାଇଟ୍‌ ସହାୟତା କରିବ ।

ସାମୁଦ୍ରିକ ଝଡ଼ର ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିବ । ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍‌ ଲଞ୍ଚ । ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ୍‌ ବିକ୍ରମ୍‌ ଏସର ଲଞ୍ଚ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.