୩ ମାସ ପରେ ନଜର ଆସିଲେ ଜ୍ୟାକ୍‌ ମା, ନିଖୋଜ ଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା

ଅଲିବାବା ଓ ଆଣ୍ଟ ଗ୍ରୁପ୍‌ର ସହ ସଂସ୍ଥାପକ ଚୀନୀ ଉଦ୍ୟୋଗପତି ଜ୍ୟାକ୍‌ ମା ଦୀର୍ଘ ୩ ମାସ ପରେ ନଜର ଆସିଛନ୍ତି। ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରୁରାଲ ଏଜୁକେସନ୍‌ର ଉପଲବ୍ଧି ସମ୍ବନ୍ଧୀୟ ଏକ ବାର୍ଷିକ ଉତ୍ସବ ଥିଲା, ଯାହା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଜ୍ୟାକ୍‌ ନିଖୋଜ ଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରଠାରୁ ତାଙ୍କର କୌଣସି ଖୋଜ ଖବର ନଥିଲା। ନିରୁଦ୍ଦିଷ୍ଟ ହେବା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଜ୍ୟାକ୍‌ ଚୀନ୍‌ ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଣୁ ତାଙ୍କୁ ଜାଣିଶୁଣି ସରକାରଙ୍କ ବିରୋଧୀ ମତ ପାଇଁ କେହି ଅପହରଣ କରିଥିବା କୁହାଯାଉଥିଲା। ମାତ୍ର ବୁଧବାର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବାରୁ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି।

ପ୍ରକାଶ ଯେ ୧୦ ଅକ୍ଟୋବରରେ ଶେଷ ଥର ପାଇଁ ଜ୍ୟାକ୍‌ ମା ଟ୍ଵିଟ୍‌ କରିଥିଲେ। ତା’ ପରଠାରୁ ତାଙ୍କର କୌଣସି ଖବର ନଥିଲା। ଏମିତି କି ନିଜ ଶୋ’ ‘ଆଫ୍ରିକାର ବିଜ୍‌ନେସ୍‌ ହିରୋ’ର ଶେଷ ଏପିସୋଡ୍‌ରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା। ଏହା ପରଠୁ ମା ନିଖୋଜ ଥିବା କୁହାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.