ଜାପାନର ନୂଆ ଆବିଷ୍କାର, ଏଥର ଟିଭି ସ୍କ୍ରିନରେ ମିଳିବ ସବୁ ଖାଦ୍ୟର ସ୍ୱାଦ

ଟେକ୍ନୋଲୋଜି ରେସ୍ରେ ସବୁଠୁ ଆଗରେ ରହିଥିବା ଜାପାନ ପୁଣିଥରେ ଦୁନିଆକୁ ନିଜର ନୂଆ ଆବିଷ୍କାର ଆଣିବାକୁ ଯାଉଛି। ଜାପାନୀ ପ୍ରଫେସର ଏମିତି ଏକ ଟିଭି ତିଆରି କରିଛନ୍ତି ଯାହା କେବଳ ସ୍ୱାଦିଷ୍ଟ ବ୍ୟଞ୍ଜନ ବା ଖାଦ୍ୟକୁ ଦେଖାଇନଥାଏ ବରଂ ସେସବୁର ଟେଷ୍ଟ ମଧ୍ୟ ଦେଇଥାଏ। ମାନେ ଟିଭି ଦେଖିବା ସମୟରେ ସ୍କ୍ରିନକୁ ଟଚ୍ କରି ଏହା ଉପରେ ନଜର ଆସୁଥିବା ଖାଦ୍ୟର ଟେଷ୍ଟ ନେଇପାରିବେ।
ସୂଚନା ଅନୁଯାୟୀ, ଜାପାନ ଏଭଳି ଏକ ପ୍ରୋଟୋଟାଇପ ଲିକେବଲ୍ ଟିଭି ତିଆରି କରିଛି ଯାହା ଖାଇବାର ସ୍ୱାଦକୁ ଅବିକଳ ନକଲ କରିଥାଏ। ଯଦି ଆପଣ ଏହାର ସ୍କ୍ରିନ ଉପରେ ଟଚ୍ କରନ୍ତି ତେବେ ସ୍କ୍ରିନ ଉପରେ ନଜର ଆସୁଥିବା ଖାଦ୍ୟ ଆଇଟମ୍ର ଟେଷ୍ଟ ଆପଣଙ୍କୁ ଜଣାପଡ଼ିବ। ଏହାର ନାମ ”ଟେଷ୍ଟ ଦ ଟିଭି” ରଖାଯାଇଛି।
କମ୍ପାନୀର ପ୍ରଫେସର କହିଛନ୍ତି ଯେ, ଟିଭି ଦେଖିଥିବା ଲୋକ ଏହି ଡିଭାଇସ୍ ରେ ୧୦ଟି ପାଖାପାଖି ଫୁଡ ଆଇଟମ୍ ର ସ୍ୱାଦ ଚାଖିପାରିବେ। ସ୍କ୍ରିନ ଉପରେ ଆସୁଥିବା ଫୁଡ ଆଇଟମରୁ ନିଜ ମନ ପସନ୍ଦ ଆଇଟମ ସବୁ ବାଛିବେ। ପ୍ରତ୍ୟେକ ଥର ଆପଣ ସବୁର ଭିନ୍ନ ଭିନ୍ନ ସ୍ୱାଦ ପାଇବେ। ସ୍କ୍ରିନରେ ନିଜ ଜିଭକୁ ଟଚ୍ କରିବା ଦ୍ୱାରା ଖାଦ୍ୟର ଅରିଜିନାଲ ଟେଷ୍ଟ ପାଇବେ।
ମେଇଜି ୟୁନିର୍ଭସିଟିରେ ଏହି ଟିଭିକୁ ପ୍ରଦର୍ଶନ କରିବା ପାଇଁ ରଖାଯାଇଛି। ଏଠାକାର ଛାତ୍ରମାନେ ମିଶି ଏହାକୁ ତିଆରି କରିଛନ୍ତି। ଟିଭି ସ୍କି୍ରନ ଉପରେ ଏକ hygienic film ଚଢ଼ାଯାଇଛି। ଯାହାଦ୍ୱାର ଏହା ଇନଫେକ୍ସନ ହେବାରୁ ସୁରକ୍ଷିତ ରହିବ। ୟୁନିର୍ଭସିଟିର ପ୍ରଫେସର ହୋମି ମିୟାଶିତାଙ୍କ କହିବା ଅନୁଯାୟୀ, ମହାମାରୀ ସମୟରେ ଲୋକ ବାହାର ଦୁନିଆରେ ଯେପରି କମ ଯୋଡ଼ି ହୋଇ ରହିବେ ଏବଂ ଏହାସହ ବୋରିଂନେସକୁ କମାଇବା ପାଇଁ ଏଭଳି ଏଣ୍ଟରଟେନମେଣ୍ଟ ଟିଭିର ଆବିଷ୍କାର କରାଯାଇଛି।

ଲୋକମାନେ ଯେପରି ଘରେ ରହି ବାହାର ଦୁନିଆର ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ଉଠାଇ ପାରିବେ ସେଥିପାଇଁ ଅଧିକ ଧ୍ୟାନ ଦିଆଯାଇଛି। ତେବେ ପ୍ରଫେସର ୩୦ ଜଣ ମେମ୍ବର ଥିବା ଏକ ଟିମକୁ ନେଇ ଏହି ମେସିନକୁ ତିଆରି କରିଛନ୍ତି। ସୂଚନା ଅନୁଯାୟୀ ଏହି ଟିଭିର କମର୍ଶିଆଲ ଭର୍ସନକୁ ତିଆରି କରିବା ପାଇଁ ପାଖାପାଖି ୮୭୫ ଡଲାର ଖର୍ଚ୍ଚ ହେବ।