ଋଷ ରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର, ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ପୁଟିନ

ପାଞ୍ଚଦିନିଆ ଋଷିଆ ଗସ୍ତରେ ଥିବା ଜୟଶଙ୍କର ଗତକାଲି ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ପିଏମ ମୋଦି ରୁଷ ଗସ୍ତରେ ଆସିବାକୁ ପୁଟିନ ନିମନ୍ତ୍ରଣ କରିଛନ୍ତି ।

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପାଞ୍ଚଦିନିଆ ଋଷିଆ ଗସ୍ତରେ ଥିବା ଜୟଶଙ୍କର ଗତକାଲି ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପୁଟିନ କହିଛନ୍ତି ବିଶ୍ବରେ ଅସ୍ଥିରତା ରହିଥିବା ସତ୍ତ୍ବେ ରୁଷ-ଭାରତ ସମ୍ପର୍କ ମଜବୁତ ରହିବ । ଏପରିକି ଭାରତକୁ ପ୍ରକୃତ ବନ୍ଧୁ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି । ୟୁକ୍ରେନ ପ୍ରସଙ୍ଗରେ ବି ଉଭୟ ନେତା ଆଲୋଚନା କରିଛନ୍ତି । ପିଏମ ମୋଦି ରୁଷ ଗସ୍ତରେ ଆସିବାକୁ ପୁଟିନ ନିମନ୍ତ୍ରଣ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ବଢ଼ିଚାଲିଛି । ବିଶେଷକରି ବାଣିଜ୍ୟ କ୍ଷେତ୍ରରେ ବଢ଼ିଚାଲିଛି ।

ମଙ୍ଗଳବାର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଋଷିଆ ଉପପ୍ରଧାନମନ୍ତ୍ରୀ ତଥା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କ ସହ ଭାରତୀୟ ମୁଦ୍ରାରେ ବାଣିଜ୍ୟ, ଶକ୍ତି, ପ୍ରତିରକ୍ଷା ଓ ଯୋଗାଯୋଗ ଆଦି କ୍ଷେତ୍ରରେ ସହଯୋଗକୁ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ତାମିଲନାଡୁରେ କୁଦନକୁଲମ ଆଣବିକ ଶକ୍ତିରେ ଶକ୍ତି ଉତ୍ପାଦନ ୟୁନିଟ୍ ନିର୍ମାଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.