ଚାଲିଛି ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ, ଆସନ୍ତା ୨୩ ତାରିଖରେ ଭୋଟ ଗଣତି

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ। ସକାଳ ୭ଟାରୁ ଆରମ୍ଭ ହୋଇଥବା ଭୋଟିଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ୧୬ଟି ବିଧାନସଭା ଆସନରେ ଚାଲିଛି ଭୋଟିଂ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ସହ ମୋଟ ୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଭୋଟଗ୍ରହଣ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦୧୪ ବିଧାନସଭା ନିର୍ବାଚନରେ ଏହି ୧୬ଟି ଆସନରୁ ୬ଟି ଆସନ କବ୍‌ଜା କରିଥିଲା ଜେଏମଏମ୍‌। ପାଞ୍ଚଟି ଆସନରେ ବିଜେପି, ୩ଟିରେ କଂଗ୍ରେସ ଓ ୨ଟି ଆସନରେ ଜେବିଏମ ଜିତିଥିଲା। ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି।

You might also like