Below header

ଜି-୨୦: ବାଇଡେନ୍‌ ଆଣିବେ ନିଜର ବାମହାତୀ କାର୍‌, ଭାରତରେ ବେଆଇନ ଥିବାବେଳେ କେମିତି ଚଲାଇବେ ଗାଡ଼ି? ଜାଣନ୍ତୁ

ଭାରତରେ ଆୟୋଜନ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିରେ ଅନେକ ଦେଶର ମହାନ ବ୍ୟକ୍ତିତ୍ୱ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅଂଶଗ୍ରହଣ କରିବେ।

ଭାରତରେ ଆୟୋଜନ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିରେ ଅନେକ ଦେଶର ମହାନ ବ୍ୟକ୍ତିତ୍ୱ ଯୋଗଦେବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅଂଶଗ୍ରହଣ କରିବେ। ଯେତେବେଳେ ବି ଆମେରିକା ରାଷ୍ଟ୍ରପତି କୌଣସି ଦେଶକୁ ଗସ୍ତ କରନ୍ତି, ସେହି ସମୟରେ ତାଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତାଙ୍କ ସୁରକ୍ଷାର ଦାୟିତ୍ୱ ତାଙ୍କ ବ୍ୟକ୍ତିଗତ ସିକ୍ୟୁରିଟି ପାଖରେ ଥାଏ।

ଯେତେବେଳେ ସେ ଭାରତ ଆସନ୍ତି, ସେତେବେଳେ ସେ ନିଜ ସହିତ ନିଜର କାର୍‌, ବିମାନ ଏବଂ ସିକ୍ୟୁରିଟି ଗାର୍ଡସ୍‌ଙ୍କୁ ଆଣିଥାଆନ୍ତି, ଯାହା ତାଙ୍କୁ ଖାସ୍‌ ସୁରକ୍ଷା ଦେଇଥାଏ। ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଯେତେବେଳେ ବାଇଡେନ୍‌ ଆସିବେ, ସେ ନିଜ କାର୍‌କୁ ମଧ୍ୟ ଆଣିବେ।

ଆମେରିକା ରାଷ୍ଟ୍ରପତିଙ୍କର ଯେଉଁ କାର୍‌ ଅଛି, ତାହା ଲେଫ୍ଟ ହ୍ୟାଣ୍ଡେଡ୍‌ ବା ବାମହାତୀ। ଯେତେବେଳେ କି, ଭାରତର ସମସ୍ତ କାର୍‌ ଡାହାଣହାତୀ ହୋଇଥାଏ। ଏଠି ପ୍ରଶ୍ନ ଉଠୁଛୁ ଯେ କ’ଣ ଭାରତରେ ଜୋ ବାଇଡେନ୍‌ଙ୍କ କାର୍‌ ଚାଲିବା ବେଆଇନ ହେବ ନାହିଁ। ଭାରତରେ ବାମହାତୀ କାର୍‌କୁ ନେଇ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା…

ରିପୋର୍ଟ ଅନୁସାରେ, ଭାରତରେ ବାମହାତୀ କାର୍‌ ଚଳାଇବା ବେଆଇନ। ଭାରତର ମୋଟର ଯାନ ଅଧିନିୟମ ଅନୁଯାୟୀ, ଦେଶର କୌଣସି ବି ବ୍ୟକ୍ତି ବାମହାତୀ ଡ୍ରାଇଭ କାର୍‌ କିଣି ପାରିବେ ନାହିଁ କିମ୍ବା ପଞ୍ଜୀକୃତ କରି ପାରିବେ ନାହିଁ। ଏହା ସହିତ ଭାରତରେ ଏହି ପ୍ରକାରର କାର୍‌କୁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଚଲାଯାଇ ପାରିବ ନାହିଁ। ତେବେ ଏଥିରେ କିଛି ସର୍ତ୍ତ ମଧ୍ୟ ଦିଆଯାଇଛି, ଯେଉଁଥିରେ କାର୍‌ ଚଳାଇବାକୁ ଅନୁମତି ରହିଛି।

ବାସ୍ତବରେ, କିଛି ପରିସ୍ଥିତିରେ ସରକାରଙ୍କ ଅନୁମୋଦନ ନେବା ପରେ କାର୍‌ ଚଲାଯାଇପାରିବ। ଏମିତିରେ ଯଦି ବିଦେଶୀ ରାଜନୈତିଜ୍ଞ କିମ୍ବା ମାନ୍ୟଗଣ୍ୟ ବ୍ୟକ୍ତି ଅନେକ ଥର ଭାରତ ଗସ୍ତ କରୁଛନ୍ତି, ତେବେ ସେମାନେ ନିଜ ପସନ୍ଦର ଗାଡ଼ିକୁ ବାଛି ପାରିବେ। ଏହି ପରିସ୍ଥିତିରେ ସେମାନଙ୍କୁ ଏପରି କରିବାକୁ ଅନୁମତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.