ବେଙ୍ଗାଲୁରୁରେ ଚାଞ୍ଚଲ୍ୟ: ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଖଣି ଓ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ପୋଲିସ କହିଛି। ମହିଳା ଜଣଙ୍କ ହେଲେ ୩୭ ବର୍ଷୀୟ ପ୍ରତିମା ନାମ୍ନୀ ।

ବେଙ୍ଗାଳୁରୁ (କେନ୍ୟୁଜ): ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଖଣି ଓ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ପୋଲିସ କହିଛି। ମହିଳା ଜଣଙ୍କ ହେଲେ ୩୭ ବର୍ଷୀୟ ପ୍ରତିମା ନାମ୍ନୀ । ଯିଏ ନିଜ ସ୍ଵାମୀ ସହ ବେଙ୍ଗାଲୁରୁ ଶୁଭ୍ରମଣ୍ୟପୂରା ଦୋଦକଲାସନ୍ଦ୍ରା ନିକଟସ୍ଥ ନିଜ ବାସଭବନରେ ରହୁଥିଲେ ।

ପୋଲିସ କହିଛି ଯେ , କର୍ଣ୍ଣାଟକ ସରକାରଙ୍କ ଖଣି ଓ ଭୂତତ୍ତ୍ବ ବିଭାଗରେ ଉପନିର୍ଦ୍ଦେଶକା ଥିବା ପ୍ରତିମା ନାମ୍ନୀଙ୍କ ଘର ଭିତରକୁ ଦୁର୍ବୃତ୍ତମାନେ ବଳପୂର୍ବକ ପ୍ରବେଶ କରି ଭୀଷଣ ଛୁରାମାଡ଼ କରିଥିଲେ। ଗତକାଲି ତାଙ୍କ ସ୍ଵାମୀ ନିଜ ଗ୍ରାମ ତେରଥାହାଲି ଯାଇଥିଲେ । ଏହାର ସୁଯୋଗ ନେଇ ଆକ୍ରମଣ କାରୀ ମାନେ ଘରେ ପସି ଛୁରୀରେ ଗଳା କାଟି ହତ୍ୟା କରିଥିଲେ ।

ରାତିରେ ପ୍ରତିମାନଙ୍କ ଭାଇ ଫୋନ୍‌ କରିଥିଲେ। କିନ୍ତୁ, ‌ପ୍ରତିମାଙ୍କଠାରୁ ଫୋନ୍‌ କଲ୍‌ ନ ପାଇ ଘଟଣା କ’ଣ ବୋଲି ସକାଳେ ଭାଇ ଆସି ଦେଖିଲା ବେଳକୁ ସେ ମରିଯାଇଛନ୍ତି। ମାମଲା ରୁଜୁ କରିବା ପରେ ପୋଲିସ କହିଛି ଯେ, ଆକ୍ରମଣକାରୀଙ୍କ ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି। ପ୍ରତିମାଙ୍କ ସହିତ ପରିଚୟ ଥିବା ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି। ଅନ୍ୟପଟେ ଏଠାରେ ଚର୍ଚ୍ଚା ହେଉଛି ଯେ କୌଣସି ଶତ୍ରୁତା କାରଣ କିମ୍ବା ପ୍ରତିମା କୌଣସି କାର୍ଯ୍ୟରେ ପ୍ରବନ୍ଧକ ପାଲଟି ଥିବା ଯୋଗୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।

You might also like