ମହଙ୍ଗା ପଡିଲା ଭାରତ ବିରୋଧୀ ପୋଷ୍ଟ, ପ୍ରଫେସରଙ୍କୁ ଆଣ୍ଠେଇଲେ ଛାତ୍ର

ବିଜୟପୁରା : ଭାରତ ବିରୋଧୀ ମନ୍ତବ୍ୟ ଦେଇ ସର୍ବସାଧାରଣଙ୍କ ଆଗରେ ଅଣ୍ଠେଇ କ୍ଷମା ମାଗିଲେ ଅଧ୍ୟାପକ । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଘଟିଛି କର୍ଣ୍ଣାଟକର ବ୍ଲେଡ ଇଂଜିନିୟରିଂ କଲେଜ (Blade Emgineering collage)ର । ଆଉ ଅଧ୍ୟାପକ ଜଣକ ହେଉଛନ୍ତି ସନ୍ଦିପ ୱାଥର ।

ବାଲାକୋଟ ଆକ୍ରମଣ ପରେ ପାକିସ୍ତାନର ଫାଇଟର ବିମାନ ଏଫ-୧୬କୁ ପିଛାକରି କରି ଧ୍ବଂସ କରିଥିବା ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡାଣ୍ଟ ଅଭିନନ୍ଦନ ଯେତେବେଳେ ପାକିସ୍ତାନର କବଜାରେ ଥଲେ । ସେତେବେଳେ ସନ୍ଦିପ ୱାତର ନିଜ ଫେସବୁକ ପୋଷ୍ଟରେ ପାକିସ୍ତାନ ଗୋଟେ ବିଦ୍ଧିମାନର ଦେଶ ଓ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦାକରି ଲେଖିଥିଲେ । ପରେ ପରେ ତାଙ୍କ ପୋଷ୍ଟଟି ଭାଇରାଲ ହୋଇଥିଲା ।ଏହି ପୋଷ୍ଟକୁ ଏବିଭିପିର ସକ୍ରୀୟ ଛାତ୍ର ମାନେ ଦୃଢ ବିରୋଧ କରି କଲେଜ ପରିସରରେ ବିକ୍ଷୋଭ ପଦର୍ଶନ କରିବା ପରେ ଅଧ୍ୟାପକ ତାଙ୍କ ପୋଷ୍ଟଟିକୁ କାଟି ଦେଇଥିଲେ ।

ତଥାପି ଏବିଭିପି କର୍ମୀ ମାନେ ସବୁ ପିଲାଙ୍କ ଆଗରେ ତାଙ୍କୁ ଆଣ୍ଠେଇ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ । ପରିଶେଷରେ ସେଇଆ ହୋଇଥିଲା ଅଧ୍ୟାପକ ଜଣକ ଆଣ୍ଠେଇ କ୍ଷମା ମଗିଥିଲେ । ଆଖପାଖରେ ଥିବା ସବୁ ଛାତ୍ର ଛାତ୍ରୀ ମାନେ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରୁଥବାର ଦେଖିବାକୁ ମିଳିଛି । ଘଟଣା ଘଟିବା ପରେ ଏବିଭିପି ତରଫରୁ ଟୁଇଟ୍ କରି ଲେଖାଯାଇଥଲା ଦାୟୀତ୍ବ ସଂପର୍ଣ୍ଣ ଛାତ୍ରଶକ୍ତି ସର୍ବଦା ଜାତୀୟ ସୁରକ୍ଷା ସହିତ ରହିଛି । ଜୈନିକ ବୈଷୟିକ କଲେଜର ଅଧ୍ୟାପକ ଭାରତ ବିରୋଧୀ ନାରା ଦେଇଥିବାରୁ ଛାତ୍ର ଗୋଷ୍ଠୀ ଏହାର ନିନ୍ଦା କରୁଛି । ଏହି ଘଟଣା ପରେ କଲେଜ କର୍ତ୍ତୁପକ୍ଷ କହିଛନ୍ତି ଆସନ୍ତା ମଙ୍ଗଳବାର ଦିନ ସନ୍ଦିପଙ୍କ ସହ ଦେଖା କରି ଏ ବିଷୟରେ ଆଲଚେନା କରି ବିହିତ ପଦକ୍ଷେପ ନେବୁ । ଏହି ଶିକ୍ଷାନୁଷ୍ଠାନଟି ବିଜାପୁର ଲିଙ୍ଗାୟତ ଉନ୍ନୟନ ସମାଜ ତରଫରୁ ଚାଲୁଅଛି ଓ ଏହା କର୍ଣ୍ଣାଟକର ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ଏମ.ବି. ପାଟିଲଙ୍କ ମାଲିକାନାରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.