ଆଶାରାମଙ୍କୁ ଝଟ୍‌କା, ଚିକିତ୍ସା କରିବାକୁ ମନା କରିଦେଲା କରଭଡ୍‌ ହସ୍ପିଟାଲ

ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଏବେ କରଭଡ୍‌ ହସ୍ପିଟାଲ ଆଶାରାମ ବାପୁଙ୍କ ଚିକିତ୍ସା କରିବାକୁ ମନା କରିଦେଇଛି ।

ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଏବେ କରଭଡ୍‌ ହସ୍ପିଟାଲ ଆଶାରାମ ବାପୁଙ୍କ ଚିକିତ୍ସା କରିବାକୁ ମନା କରିଦେଇଛି । ଏହା ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବାକୁ ତାଙ୍କୁ ଅନୁମତି ଦେଇ ନ ଥିଲେ ।

ବର୍ତ୍ତମାନ କୋର୍ଟ ଯୋଧପୁରର ଆରୋଗ୍ୟମ୍‌ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅନୁମତି ଦେଇଛନ୍ତି । ଏହି ହସ୍ପିଟାଲରେ ଆଶାରାମ ୧୦ ଦିନ ରହିବେ । ପୋଲିସ କମିଶନରଙ୍କୁ ଏହାର ବ୍ୟବସ୍ଥା ଦେଖିବାକୁ ଦାୟିତ୍ୱ ଦିଆଯାଇଛି ।

କୋର୍ଟ କହିଛନ୍ତି ଯେ ଆଶାରାମ ମାଧବବାଗର ଦୁଇ ଡାକ୍ତରଙ୍କଠାରୁ ପରାମର୍ଶ ନେଇପାରିବେ । ଚିକିତ୍ସା ସମୟରେ ଯଦି ଲ’ ଆଣ୍ଡ ଅର୍ଡର ବିଗିଡ଼ିବା ସ୍ଥିତିକୁ ଆସେ, ତେବେ ଆଶାରାମଙ୍କୁ ପୁଣିଥରେ ଜେଲ ପଠାଇ ଦିଆଯିବ । ପୂର୍ବରୁ ଆଶାରାମ ମହାରାଷ୍ଟ୍ରର ପୁଣେସ୍ଥିତ ମାଧବବାଗ ହସ୍ପିଟାଲରେ ଆୟୁର୍ବେଦ ଚିକିତ୍ସା ଅନୁମତି ପାଇଁ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଥିଲେ । ଏ ସମ୍ବନ୍ଧରେ ମହାରାଷ୍ଟ୍ର ପୋଲିସ ମଧ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଶାରାମଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲା ।

ସୂଚନାଯୋଗ୍ୟ, ୨୦୧୮ରେ ଯୋଧପୁରର ଏକ ସ୍ୱତନ୍ତ୍ର POCSO କୋର୍ଟ ଦୁଷ୍କର୍ମ ସହ ଯୌନ ଉତ୍ପୀଡ଼ନର ଏକ ମାମଲାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଆଶାରାମ ବାପୁ ୨୦୧୩ ସେପ୍ଟେମ୍ବର ୨ରୁ ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.