ବାବା କେଦାରନାଥ ତୀର୍ଥଯାତ୍ରୀଙ୍କ ପାଇଁ ବଦଳିଲା ନିୟମ, ଜାଣନ୍ତୁ କେମିତି କରିବେ ଶ୍ରଦ୍ଧାଳୁ ଦର୍ଶନ

ଆପଣ କେଦାରନାଥ ଦର୍ଶନ କରିବାକୁ ଯାଉଥିଲେ ଏହି ଖବର ଆପଣଙ୍କ ପାଇଁ। ତେବେ ବାବା କେଦାରନାଥଙ୍କୁ ଦର୍ଶନ କରିବା ନେଇ ନୂଆ ନିୟମ ହୋଇଛି। କେଦାରନାଥ ଯାତ୍ରାକୁ ନେଇ ଜିଲ୍ଲା ଅଧିକାରୀ ମନୁଜ ଗୋଏଲ କହିଛନ୍ତି, କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଟୋକନ ବ୍ୟବସ୍ଥା ଲାଗୁ କରାଯାଇଛି। ମନୁଜ ଏବଂ ତୀର୍ଥ ପୁରୋହିତଙ୍କ ସହିତ ଏକ ବୈଠକରେ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା।

କେଦାରନାଥ ଯାତ୍ରାର ସଫଳ ସଞ୍ଚାଳନ ପାଇଁ ଯାତାୟାତ, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ, ସ୍ୱଚ୍ଛତା, ରହିବା ଇତ୍ୟାଦି ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଥିଲା। ତୀର୍ଥ ପୁରୋହିତଙ୍କ ସମସ୍ୟା ଶୁଣିବା ପରେ ସୁଧାରିବା ପାଇଁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।

କେଦାରନାଥକୁ ଯିବା ବାଟରେ ପାନୀୟ ଜଳ ଏବଂ ଶୌଚାଳୟ, ବିଦ୍ୟୁତ, ପାନୀୟ ଜଳର ଉଚିତ ବ୍ୟବସ୍ଥା, ପାର୍କିଂ କରିବାକୁ ବୈଠକରେ କୁହାଯାଇଥିଲା । କେଦାରନାଥ ଯାତ୍ରା ପାଇଁ ସୁବ୍ୟବସ୍ଥିତ ଢଙ୍ଗରେ ସବୁକିଛି ସଂଚାଳିତ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ତେଣୁ ଧାମକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାର ଅସୁବିଧା ନ ହେଉ ତେଣୁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ। ତୀର୍ଥକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଦେବତୁଲ୍ୟ । ତେଣୁ ସେମାନଙ୍କ ସହିତ ଉଚିତ ବ୍ୟବହାର କରିବା ପାଇଁ ମଧ୍ୟ ଜିଲ୍ଲାଧିକାରୀ କହିଥିଲେ।

ଖବର ମୁତାବକ,  କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ ଧାର୍ମିକ ସମାରୋହରେ ମୁଖ୍ୟ ପୂଜାରୀ ରାଓ୍ଵଲ ଭୀମାଶଙ୍କରଙ୍କ ଉପସ୍ଥିତିରେ ପାଞ୍ଜି ଗଣନା ପରେ କେଦାରନାଥ ଧାମର କପାଟ ଖୋଲିବା ମୁହୂର୍ତ୍ତ ବାହାର କରାଯାଇଛି।

ଶୀତରେ ପ୍ରବଳ ବରଫପାତ ଓ ଭୀଷଣ ଥଣ୍ଡା ଯୋଗୁ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ସମସ୍ତ ୪ଟି ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଏ। ଏହା ପରବର୍ଷ ଏପ୍ରିଲ-ମେ ମାସରେ ଥଣ୍ଡା କମିଲେ ପୁଣି ଖୋଲାଯାଏ।

Also Read : ୟୁକ୍ରେନ ରାସ୍ତାରେ ପଡିଛି କ୍ଷତବିକ୍ଷତ ଶବ: ମୁଣ୍ଡରେ ବାଜିଛି ଗୁଳି, ବନ୍ଧା ହୋଇଛି ହାତଗୋଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.