ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ମହିଳା : ଖାଇବାକୁ ନଦେଇ ସ୍ବାମୀ କରିଦେଲେ କଙ୍କାଳ, ମୃତ୍ୟୁ ବେଳକୁ ଓଜନ ଥିଲା ମାତ୍ର ୨୦ କିଲୋ

କେରଳ : ଯୌତୁକ ବିରୋଧରେ ଦେଶରେ କଡା ଆଇନ୍ । ତଥାପି ଯୌତୁକ ଲୋଭୀଙ୍କ ଭିତରେ ଏହାକୁ ନେଇ ଟିକେ ବି ଭୟ ନାହିଁ । ପ୍ରତିଦିନ ଯୌତୁକ ଜୁଇରେ ଜଳୁଥିବା ମହିଳାଙ୍କ ଅନେକ ଖବର ଆସୁଛି । ତେବେ କେରଳରୁ ଯୌତୁକ ଜନିତ ହତ୍ୟାକାଣ୍ଡର ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଯାହାକୁ ଶୁଣିଲେ କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇଯିବ । ମାତ୍ର କିଛି ଟଙ୍କା ପାଇଁ ମରିଗଲା ମାନବିକତା । ଅଧିକ ଯୌତୁକ ଲୋଭରେ ତୁଷାରା ନାମକ ଜଣେ ମହିଳାଙ୍କୁ ଶାଶୁ ଏବଂ ସ୍ବାମୀ ଦୀର୍ଘ ଦିନ ଧରି ଭୋକରେ ରଖି ମାରିଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୃତ୍ୟୁ ବେଳକୁ ମହିଳାଙ୍କ ଓଜନ ହୋଇଯାଇଥିଲା ମାତ୍ର ୨୦ କିଲୋ ।

thusharaମିଳିଥିବା ଖବର ମୂତାବକ, ୨୦୧୩ରେ ଚନ୍ଦୁଲାଲଙ୍କୁ ବିବାହ କରିଥିଲେ ତୁଷାରା । ତେବେ ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରିଥିଲେ । ଏପରିକି ତୁଷାରାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ସ୍ବାମୀ ଏବଂ ଶାଶୁ। ତେବେ କିଛି ଦିନ ତଳେ ସୀମା ଟପିଯାଇଥିଲା ଏହି ନିର୍ଯାତନା ।

କିଛି ମାସ ଧରି ତୁଷାରାଙ୍କୁ କେବଳ ଦିନରେ ଥରେ ଦୁଇ ମୁଠା ଭାତ ଏବଂ ଏକ କପ୍ ଚିନି ଶିରା ଦିଆଯାଉଥିଲା । ସେ ସାଂଘାତିକ ଭାବେ ଦୁର୍ବଳ ହୋଇଯାଇଥିଲେ ଯେ ଚାଲିପାରୁନଥିଲେ । ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ହେବାରୁ ତୁଷାରାଙ୍କୁ ମାର୍ଚ୍ଚ ୧୯ ତାରିଖ ଦିନ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ୨୧ ତାରିଖ ଦିନ ସେ ଆଖି ବୁଜିଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କର ଓଜନ ମାତ୍ର ୨୦ କେଜି ଥିଲା ଏବଂ ଶରୀରରେ କେବଳ କଙ୍କାଳ ରହିଯାଇଥିଲା। ତୁଷାରାଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଜଣେ ଶିଶୁର ବୟସ ମାତ୍ର ଦେଢ଼ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ୩ ବର୍ଷର। ଏବେ ତୁଷାରାଙ୍କ ସ୍ବାମୀ ଏବଂ ଶାଶୁଙ୍କୁ ଗିରଫ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.