ଖାଦିମ୍‌ ସଲମାନ ଚିସ୍ତି ଗିରଫ; ନୁପୂର ଶର୍ମାଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ଘର ଦେବାକୁ କରିଥିଲେ ଘୋଷଣା

ସୋସିଆଲ ମିଡିଆରେ ଉତ୍ତେଜକ ଭିଡିଓ ଅପଲୋଡ ମାମଲାରେ ଅଜମେର୍‌ ପୋଲିସ ଖ୍ଵାଜା ଗରିବ୍‌ ନଓ୍ଵାଜଙ୍କ ଦରଗାହର ଖାଦିମ୍‌ ସଲମାନ ଚିସ୍ତିଙ୍କୁ ଗିରଫ କରିଛି। ଏ ସମ୍ବନ୍ଧରେ ଚିସ୍ତିଙ୍କୁ ପଚରାଉଚରା ଜାରି ରହିଛି।

ଚିସ୍ତିଙ୍କ ଗିରଫ ମାମଲାରେ ଏଏସ୍‌ପି ବିକାଶ ସାଙ୍ଗଓ୍ଵାନ କହିଛନ୍ତି, ସଲମାନ ଚିସ୍ତି ନୁପୂର ଶର୍ମାଙ୍କ ବିରୋଧରେ ଭିଡିଓ ଅପଲୋଡ୍‌ କରିଥିଲେ। ପୂର୍ବରୁ ହିଁ ସେ ହିଷ୍ଟ୍ରି ଶିଟର ରହିଛନ୍ତି। ତାଙ୍କ ନାମରେ ଥାନାରେ ୧୩ଟି ମାମଲା ରହିଛି। ସନ୍ଦେହ କରାଯାଉଛି ଯେ ଚିସ୍ତି ନିଶାସକ୍ତ ଅବସ୍ଥାରେ ଏହି ଭିଡିଓ କରିଥିଲେ।

ସୂଚନାଥାଉ କି, ଅଭିଯୁକ୍ତ ସଲମାନ ନୁପୂର ଶର୍ମାଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ନିଜ ଘର ଦେବାକୁ କହିଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହି ଘଟଣାରେ ଅଜମେର୍‌ର ଦରଗାହ ଥାନା ପୋଲିସ ମାମଲା ରୁଜୁ କରିବା ସହିତ ୩ଟି ଟିମ୍‌ ଗଠନ କରିଥିଲା। ଏହାପରେ ସଲମାନଙ୍କୁ ଗିରଫ କରିବା ପାଇଁ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ଅଭିଯୁକ୍ତ ସଲମାନ ଚିସ୍ତିଙ୍କୁ ଖାଦିମ୍‌ ମୋହଲ୍ଲାସ୍ଥିତ ନିଜ ଘରୁ ହିଁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.