ଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ଘୋଷଣା କଲା କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌, ମିଳିବ ୧.୫ ଲକ୍ଷ ଟଙ୍କା

ଗ୍ରାଜୁଏସନ୍‌ ପଢ଼ିବାକୁ ଇଚ୍ଛୁକ ଛାତ୍ରୀଙ୍କ ପାଇଁ ସିଏସ୍‌ଆର ପ୍ରୋଜେକ୍ଟରେ କୋଟାକ୍‌ କନ୍ୟା ସ୍କଲାରସିପ୍‌ ଘୋଷଣା କରିଛି କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌ କମ୍ପାନୀ। କୋଟାକ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଦ୍ୱାଦଶ ପାସ୍‌ ଛାତ୍ରୀଙ୍କ ପାଇଁ କୋଟାକ୍‌ କନ୍ୟା ସ୍କଲାରସିପ୍‌ ୨୦୨୨ ଘୋଷଣା କରାଯାଇଛି। ଯେଉଁ ଛାତ୍ରୀ ଦ୍ୱାଦଶ ପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ଓ ଯାହାର ପାରିବାରିକ ଆୟ ୩.୨୦ ଲକ୍ଷ କିମ୍ବା ତା’ ଠାରୁ କମ୍‌, କେବଳ ସେହି ଛାତ୍ରୀ ହିଁ ଏହି ସ୍କଲାରସିପ୍‌ ପାଇପାରିବେ। ଏହି ସ୍କଲାରସିପ୍‌ରେ ପୁରସ୍କାର ସ୍ୱରୂପ ଛାତ୍ରୀଙ୍କୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ମିଳିବ। ଆବେଦନର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୨।

ଗରିବ ଛାତ୍ରୀଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ କୋଟାକ୍‌ ମହିନ୍ଦ୍ରା ପକ୍ଷରୁ ଏହି ସ୍କଲାରସିପ୍‌ ପ୍ରଦାନ କରାଯାଉଛି। କେବଳ ପ୍ରଫେସନାଲ କୋର୍ସ କରୁଥିବା ଛାତ୍ରୀଙ୍କୁ ହିଁ ଏହି ସ୍କଲାରସିପ୍‌ ପ୍ରଦାନ କରାଯିବ।

ସ୍କଲାରସିପ୍‌ ପ୍ରଦାନ କରୁଥିବା ସଂସ୍ଥାର ନାମ:

କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌ କମ୍ପାନୀ

ସ୍କଲାରସିପ୍‌ ନାଁ:

କୋଟାକ୍‌ କନ୍ୟା ସ୍କଲାରସିପ୍‌ ୨୦୨୨

Scholarship

ଯୋଗ୍ୟତା:

କୋଟାକ୍‌ କନ୍ୟା ସ୍କଲାରସିପ୍‌ ୨୦୨୨ କେବଳ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ।

ଯେଉଁ ଛାତ୍ରୀ NAAC/NIRF  ଅଧୀନରେ ଥିବା କଲେଜରେ ସ୍ନାତକ ପ୍ରଥମ ବର୍ଷରେ ଆଡମିସନ୍‌ କରିଥିବେ। କେବଳ ସେମାନଙ୍କୁ ହିଁ ଏହି ସ୍କଲାରସିପ୍‌ ମିଳିପାରିବ।

ଇଞ୍ଜିନିୟରିଂ, ମେଡିକାଲ, ଆର୍କିଟେକ୍‌ଚର, ଡିଜାଇନିଂ, ଇଣ୍ଟିଗ୍ରେଟେଡ୍‌ ଏଲ୍‌ଏଲ୍‌ବି କୋର୍ସ କରୁଥିବା ଛାତ୍ରୀଙ୍କ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

ଆବେଦନ କରୁଥିବା ଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୭୫%ରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ।

ଛାତ୍ରୀଙ୍କ ପରିବାରର ବାର୍ଷିକ ରୋଜଗାର ୩,୨୦,୦୦୦ ଟଙ୍କା କିମ୍ବା ତା’ ଠାରୁ କମ୍‌ ହୋଇଥିବା ଆବଶ୍ୟକ।

ଏହି ସ୍କଲାରସିପ୍‌ରେ ପୁରସ୍କାର ସ୍ୱରୂପ ଛାତ୍ରୀଙ୍କୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ମିଳିବ।

ପୁରସ୍କାର ରାଶି:

ବର୍ଷକୁ ୧.୫ ଲକ୍ଷ ଟଙ୍କା

ଆବେଦନର ଶେଷ ତାରିଖ:

୩୦ ସେପ୍ଟେମ୍ବର ୨୦୨୨

ଏଥିପାଇଁ ଇଚ୍ଛୁକ ଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

ବିଶେଷ ସୂଚନା:

  • ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।
  • ଏଥିପାଇଁ ଛାତ୍ରୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
  • କୋଟାକ୍‌ ମହିନ୍ଦ୍ରା ସଂସ୍ଥାକୁ ଯଦି ଲାଗେ ଯେ ଛାତ୍ରୀ ଭୁଲ ସୂଚନା ଦେଇଛନ୍ତି ତେବେ ସ୍କଲାରସିପ୍‌ ପାଇବା ପରେ ବି ତାହାକୁ ବନ୍ଦ କରିପାରିବେ।
  • ଅନ୍ୟ କୌଣସି ସ୍କଲାରସିପ୍‌ର ଲାଭ ପାଉଥିବା ଛାତ୍ରୀ ଏଥିପାଇଁ ଯୋଗ୍ୟ ହେବେ ନାହିଁ।

Also Read: ଭୁଲିପାରିଲେନି ପିଲାଦିନର ପ୍ରେମକୁ, ନିଜଠୁ ୩୩ ବର୍ଷ ସାନ ଯୁବକକୁ ବିବାହ କଲେ ପାକ୍‌ ମହିଳା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.