ଭାରତରେ ଲିଥିୟମ ଖଣି, ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ରହିଛି: ଜିଏସଆଇ ରିପୋର୍ଟ

ଆସିଲା ଜିଓଲୋଜିକାଲ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ଭାରତରେ ଲିଥିୟମ ଖଣି ଠାବ ହୋଇଛି । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଜମ୍ମୁ ଓ କାଶ୍ମିରରେ ୫.୯ ମିଲିୟନ ଟନର ଲିଥିୟମ ଖଣି ରହିଥିବା କେନ୍ଦ୍ର ସରକାର କହିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଆସିଲା ଜିଓଲୋଜିକାଲ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ଭାରତରେ ଲିଥିୟମ ଖଣି ଠାବ ହୋଇଛି । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ଖଣି ରହିଥିବା କେନ୍ଦ୍ର ସରକାର କହିଛନ୍ତି । ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁଯାୟୀ ଜମ୍ନୁ ଓ କାଶ୍ମୀରର ରେଅସି ଜିଲ୍ଲା ସଲାଲ ହାଇମାନା ଅଞ୍ଚଳରେ ଏହା ଠାବ ହୋଇଛି । ଲିଥିୟମ ହେଉଛି ଏକ ନନ-ଫେରସ ଧାତୁ ଯାହା ଇଭି-ବ୍ୟାଟେରୀ ତିଆରି କରିବାରେ ବ୍ୟବହାର ହୋଇଥାଏ । ନନ-ଫେରସ ଧାତୁ ଅର୍ଥ ଏଥିରେ ଲୌହ ଅଂଶ ନଥାଏ । ଅର୍ଥାତ ଏହି ପ୍ରାକର ଧାତୁରେ କଳଙ୍କି ଲାଗେନାହିଁ ।

ଜିଏସଆଇ ପକ୍ଷରୁ ଲିଥିୟମ ସହ ୫୧ଟି ମିନେରାଲ ବ୍ଲକ ବିଭିନ୍ନ ରାଜ୍ୟରେ ରହିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି । ଏହାସହ ସୁନା ଖଣି ମଧ୍ୟ ରହିଛି । ୫୧ଟି ମିନେରାଲ ବ୍ଲକ ମଧ୍ୟରୁ ୫ଟିରେ ସୁନା ରହିଥିବା ଅନୁମାନ କରାଯାଉଛି । ଅନ୍ୟ ବ୍ଲକ ମାନଙ୍କରେ ପୋଟାସ, ମୋଲିବଡେନମ ଓ ଅନ୍ୟ ବେସ ମେଟାଲ ସବୁ ରହିଛି । ଏହା ୧୧ଟି ରାଜ୍ୟରେ ବଣ୍ଟନ ହୋଇଛି ଯଥା ଜମ୍ମୁ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ଝାରଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ ଓ ତେଲେଙ୍ଗାନା । ଜିଓଲୋଜିକାଲ ସର୍ଭେ ଅଫ୍‌ ଅଣ୍ଡିଆର ରିପୋର୍ଟ ଅନୁଯାୟୀ ଏହି ମିନେରାଲ ବ୍ଲକ ସବୁ ବଣ୍ଟନ କରାଯାଇଛି ।

ସେହିପରି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୋଲ ମନ୍ତ୍ରଣାଳୟକୁ ଦିଆଯାଇଥିବା ରିପୋରର୍ଟରେ ୭୮୯୭ ମିଲିୟନ ଟନର କୋଲ ଓ ଲିଗନାଇ ଗଚ୍ଛିତ ରହିଥିବା ଉଲ୍ଲେଖ ରହିଛି । ୨୦୨୩-୨୪ ବର୍ଷ ପାଇଁ ଜିଏସଆଇର ୯୬୬ଟି ପ୍ରୋଗ୍ରାମ ରହିଛି ଯେଉଁଥିରେ ୩୧୮ଟି ମିନେରାଲ ଏକ୍ସପ୍ଲୋରେସନ ପ୍ରୋଜେକ୍ଟ ରହିଛି । ଏହାସହ ୧୨ଟି ମେରାଇନ ମିନେରାଲ ପ୍ରୋଜେକ୍ଟ ରହିଛି । ଏଥିସହିତ ୧୧୫ଟି ଷ୍ଟ୍ରାଟେଜିକ ଓ କ୍ରିଟିକାଲ ମିନେରାଲ ପ୍ରୋଜେକ୍ଟ ସାମିଲ ରହିଛି । ୧୬ଟି ପ୍ରୋଜେକ୍ଟ ଫର୍ଟିଲାଇଜର ମିନେରାଲର ଅଛି । ସେହିପରି ୫୫ଟି ପ୍ରୋଜେକ୍ଟ ଜିଓ ଇନଫରମେଟିକ୍ସ, ଫଣ୍ଡାମେଣ୍ଟାଲ ଓ ମଲଟି ଡିସିପ୍ଲିନାରି ଜିଓସାଇନ୍ସ ପାଇଁ ୧୪୦ଟି ପ୍ରୋଗ୍ରାମ ରହିଛି । ଯାହା ଖଣି ମନ୍ତ୍ରଣାଳୟ ପକ୍ଷରୁ ହାତକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.