ସେଲଫି ଭିଡିଓ ପ୍ରସ୍ତୁତ କରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ୬ ମାସ ନିଖୋଜ ଥିଲେ ଯୁବତୀ

ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ତିଆରି କଲେ ଭିଡିଓ। ଏଭଳି ଏକ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଏହି ପ୍ରେମୀଯୁଗଳ ଆତ୍ମହତ୍ୟା କରିବା ପୂର୍ବରୁ ମୋବାଇଲରେ ସେଲଫି ମୋଡ ଅନ୍ କରି ଭିଡିଓ ତିଆରି କରିଥିଲେ। ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଗୁରୁବାର ଏହି ପ୍ରେମୀ ଯୁଗଳ ନିଜ ମୃତ୍ୟୁର ସେଲଫି ଭିଡିଓ ତିଆରି କରି ଆତ୍ମହତ୍ୟା କରିଛନ୍ତି।

ମୃତ୍ୟୁ ପୂର୍ବରୁ ଏହି କପଲ ସାଇନ୍ ଲାଙ୍ଗୁଏଜର ବ୍ୟବହାର କରିଥିଲେ, ଯେଉଁଥିରୁ ଜଣାପଡୁଛି ଦୁଇଜଣ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ। ଏହି ଭିଡିଓ ସେ ନିଜର ପରିଚିତ ଓ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି। ଏହି ଭିଡିଓ ଆଧାରରେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା ଦୁହିଁଙ୍କର କ୍ଷତ-ବିକ୍ଷତ ମୃତଦେହ ମିଳିଥିଲା।

suicide

ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ନାମ ମସ୍ତାନ ଅଲ୍ଳୀ ଓ ଝିଅଟିର ନାଁ ଏନ ଅଶ୍ବିନୀ। ଦୁହେଁ ଏକ ଇ-କମର୍ସ କମ୍ପାନୀରେ ପ୍ୟାକେଜିଂ ଡିଭିଜନରେ କାମ କରୁଥିଲେ। ୬ ମାସ ପୂର୍ବରୁ ଯୁବତୀ ଜଣକ ନିଖୋଜ ଥିଲେ। ଯୁବତୀଙ୍କ ନିଖୋଜ ହେବାର ଅଭିଯୋଗ ତାଙ୍କର ପରିବାର ଲୋକ ହାଇଦ୍ରାବାଦର ମହିଳା ପୋଲିସ ଥାନାରେ ଲେଖିଥିଲେ। ବୁଧବାର ନଲଗୋଣ୍ଡାର ଏକ ନିଛାଟିଆ ସ୍ଥାନରେ ପ୍ରେମୀଯୁଗଳ ପହଁଞ୍ଚିବା ପରେ ଆତ୍ମହତ୍ୟା କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.