ମଣିଷ ସାଜିଲେ ଅମଣିଷ : ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ନିସ୍ତୁକ ପିଟିଲେ ଗ୍ରାମବାସୀ

loverଉଦୟପୁର : କୁହନ୍ତି ପ୍ରେମ ହେଉଛି ଭଗବାନଙ୍କ ଆଶୀର୍ବାଦ । ଯଦି ଏ କଥାରେ ସତ୍ଯତା ଅଛି ତେବେ ଆଜିର ସମାଜରେ କାହିଁକି ଏହାକୁ ବିରୋଧ କରାଯାଉଛି। କାହିଁକି ପ୍ରେମୀ ଜୁଗଳଙ୍କୁ ଶାନ୍ତିରେ ବଂଚିବାକୁ ଦିଆଯାଉ ନାହିଁ। କାହିଁକି କିଛି ମଣିଷ ପାଲଟି ଯାଉଛନ୍ତି ଅମଣିଷ । ଆସନ୍ତୁ ଜାଣିବା ସେହିଭଳି ଏକ ଘଟଣା ବିଷୟରେ ଯାହା ଘଟିଛି ଉଦୟପୁର ସେର୍ ଗ୍ରାମରେ। କେଉଁ ଭଳି ଭାବରେ ବିରୋଧ କରାଯାଇଛି ଏଠିକାର ଏକ ପ୍ରେମୀ ଯୁଗଳଙ୍କୁ । ପଶୁ ଠାରୁ ହୀନ ପାଲଟି ଯାଇଛନ୍ତି ଏଠାକାର ଗ୍ରାମବାସୀ।

udaipur-full

ଉଦୟପୁରର ଏକ ଗାଁ ସେର୍। ଏଠାର ଏକ ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ପିଟିଥିଲେ। ସେତିକିରେ ସ୍ଥାନୀୟ ବାସିନ୍ଦାଙ୍କ ମନ ଶାନ୍ତ ହୋଇନଥିଲା ଏଣୁ ଦୁହିଁଙ୍କ ବେକରେ ରସି ଲଗାଇ ଉଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ଟାଣି ଟାଣି ବୁଲାଯାଇଥିଲା। ଏ ସବୁ କଲା ପରେ ମଧ୍ୟ ଗାଁ ଲୋକଙ୍କ ମନ ଭରି ନଥିଲା। ଗାଁ ଲୋକ ସେ ପ୍ରେମୀ ଯୁଗଳଙ୍କର ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡିଥିଲେ। ଯେତେବେଳେ ମିଡିଆରେ ଏହି ଭିଡ଼ିଓଟି ଭାଇରାଲ ହେଲା ତାହାପରେ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା। ପରେ ଘଟଣା ସ୍ଥଳରେ  ପୋଲିସ୍ ପହଚିଂ ଘଟଣାଟିର କାର୍ଯ୍ଯନୁଷ୍ଠାନ କରିଥିଲେ। ଗ୍ରାମବାସୀଙ୍କ  ବିରୋଧରେ ଅଭିଯୋଗ ନେଇ ସେମାନଙ୍କୁ ଗିରଫ କରିଥିଲେ।  ଏବେ ବି ଖୋଜୁଛି ଅଭିଯୁକ୍ତଙ୍କୁ ପୋଲିସ, ଖୋଜ କରିବା ସହ ଘଟଣାଟିର ତଦନ୍ତ ଚଳାଇଛନ୍ତି।

You might also like