ସ୍ପିଡ୍‌ ପୋଷ୍ଟରେ ସିଧାସଳଖ ଘରେ ପହଞ୍ଚିବ ମା’ ବୈଷ୍ଣୋଦେବୀଙ୍କ ପ୍ରସାଦ, ଏମିତି କରାନ୍ତୁ ବୁକିଂ

କରୋନା ମହାମାରୀ ଯୋଗୁ ଏବେ ସମସ୍ତ ମନ୍ଦିର ବନ୍ଦ ରହିଛି। ସଂକ୍ରମଣର ଭୟ ଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ଯିବାରୁ ବଞ୍ଚିତ ହୋଇଛନ୍ତି। ତେବେ ଇତି ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ମା’ ବୈଷ୍ଣୋଦେବୀଙ୍କ ମନ୍ଦିର। କିନ୍ତୁ ଅଳ୍ପ ଲୋକଙ୍କୁ ଯାତ୍ରାରେ ଯିବାକୁ ଅନୁମତି ମିଳିଛି। ତେବେ ବର୍ତ୍ତମାନ ଘରେ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର ଦେଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ।

ବୈଷ୍ଣୋଦେବୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ଘରେ ପ୍ରସାଦ ପହଞ୍ଚାଇବା ପାଇଁ ଏକ ନୂଆ ଉପାୟ ଆପଣାଯାଇଛି। ବିନା ଲାଭରେ ବୋର୍ଡ ତରଫରୁ ଏହି ପ୍ରସାଦ ଯୋଗାଇଦିଆଯିବ। ଶ୍ରଦ୍ଧାଳୁ ଏହାକୁ ବୋର୍ଡର ଅଫିସିଆଲ ୱେବ୍‌ସାଇଟ୍‌ https://www.maavaishnodevi.org/onlineservices/login.aspx ମାଧ୍ୟମରେ ବୁକିଂ କରିପାରିବେ।

ଆସନ୍ତୁ ଜାଣିବା କେମିତି କରିବେ ପ୍ରସାଦ ବୁକିଂ:

https://www.maavaishnodevi.org/onlineservices/login.aspx  ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କ ସାମ୍ନାରେ ମନ୍ଦିରର ଅଫିସିଆଲ ସାଇଟ୍‌ ଦେଖାଇବ। ଏବେ ଆପଣଙ୍କୁ ୨୪ଟି ପଏଣ୍ଟ ଦେଖାଇବ। ଉକ୍ତ ପଏଣ୍ଟକୁ ପଢ଼ି ଯଦି ଆପଣ ସେଥିରେ ଏକ ମତ ତେବେ ଆକ୍‌ସେପ୍ଟ କରିବେ। ଏହା ପରେ ଆପଣଙ୍କୁ ନିଜ ଠିକଣା ଦେବାକୁ ହେବ। ପରେ ଅଫିସିଆଲ ନିୟମ ଅନୁସାରେ ଆପଣଙ୍କୁ ଟଙ୍କା ପୈଠ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ନିକଟରେ କେତେ ଦିନ ମଧ୍ୟରେ ପ୍ରସାଦ ପହଞ୍ଚିବ ସେ ନେଇ ମନ୍ଦିର ତରଫରୁ ଜଣାଇ ଦିଆଯିବ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟି ବୋର୍ଡ ତରଫରୁ ମା’ଙ୍କ ଲାଇଭ୍‌ ଦର୍ଶନ ପାଇଁ ମଧ୍ୟ ଘୋଷଣା ହୋଇଥିଲା। ଶ୍ରଦ୍ଧାଳୁଙ୍କ ଆଗମନକୁ ରୋକିବାକୁ ମନ୍ଦିର ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।