ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାଲଦ୍ୱୀପର ମନ୍ତ୍ରୀ ସସ୍‌ପେଣ୍ଡ

ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ମରିୟମ ଶିଉନା, ମାଲଶା ଓ ହସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି ମାଲଦ୍ୱୀପ ସରକାର ।

ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ମରିୟମ ଶିଉନା, ମାଲଶା ଓ ହସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି ମାଲଦ୍ୱୀପ ସରକାର । ମାଲଦ୍ୱୀପ ସରକାରଙ୍କ ମୁଖପାତ୍ର ତଥା ମନ୍ତ୍ରୀ ଇବ୍ରାହିମ୍‌ ଖଲିଲ ଗଣମାଧ୍ୟମକୁ କହିଛନ୍ତି ଯେ ବିବାଦୀୟ ଟିପ୍ପଣୀ ଦେଇଥିବା ସମସ୍ତ ସରକାରୀ ଅଧିକାରୀଙ୍କୁ ସେମାନଙ୍କ ପଦରୁ ତୁରନ୍ତ ନିଲମ୍ବିତ କରି ଦିଆଯାଇଛି ।

ଏହି ମାମଲାରେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିହଙ୍କର ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି କି, ‘ସୋସିଆଲ ମିଡିଆରେ ମାଲଦ୍ୱୀପ ସରକାରଙ୍କ ମନ୍ତ୍ରୀମାନେ ଭାରତ ବିରୋଧରେ ବ୍ୟବହାର କରିଥିବା ଘୃଣ୍ୟସ୍ପଦ ଭାଷାକୁ ମୁଁ ନିନ୍ଦା କରୁଛି । ଭାରତ ସର୍ବଦା ମାଲଦ୍ୱୀପର ଭଲ ବନ୍ଧୁ ହୋଇ ରହିଆସିଛି ଏବଂ ଆମେ ଦୁଇ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତା ଉପରେ ଏ ପ୍ରକାରର କଠୋର ମନ୍ତବ୍ୟର ନକାରାତ୍ମକ ପ୍ରଭାବ ପକାଇବାକୁ ଦେବା ଉଚିତ୍‌ ନୁହେଁ’ ।

କହି ରଖୁଛୁ, ମାଲଦ୍ୱୀପର ମହିଳା ମନ୍ତ୍ରୀ ମରିୟମ୍‌ ଶିଉନା ପିଏମ୍‌ ମୋଦିଙ୍କୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ଟିପ୍ପଣୀ କରିଥିଲେ । ମାଲଦ୍ୱୀପର ମହମ୍ମଦ ମୁଇଜ୍ଜୁ ସରକାରଙ୍କ ସାମ୍ନାରେ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.