ମଜାରେ ଖାଉଥିଲେ ସାଣ୍ଡଓ୍ଵିଚ୍ କିନ୍ତୁ ଜାଣନ୍ତୁ କାହିଁକି ଗିରଫ କଲା ପୋଲିସ୍

ଅଧିକାଂଶ ସମୟରେ ଆପଣମାନେ ଲକ୍ଷ୍ୟ କରିଥିବେ କିଛି ଲୋକମାନେ ରାସ୍ତାରେ ଚାଲି ଯିବା ସମୟରେ କିଛି ଖାଇଥାନ୍ତି। ଅନେକ ସମୟରେ ମଧ୍ୟ ଲୋକମାନେ ମଧ୍ୟ ଟ୍ରେନ କିମ୍ବା ବସ୍ ପାଇଁ ଅପେକ୍ଷା କରିବା ସମୟରେ କିଛି ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି କରିବା ଅନେକ ଦେଶରେ ଆଇନ ଗତ ଅପରାଧ। ଆଜ୍ଞା ହଁ ଏକଥା ଯଦି ଆପଣମାନେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକଦେଶ ବିଷୟରେ ଯେଉଁଠାରେ ରାସ୍ତାରେ ଖାଦ୍ୟ ଖାଇବା ଅପରାଧ ହୋଇଥାଏ।
ଆମେରିକାର ସ୍ପେନ ଫ୍ରାଂସିସ୍କୋରେ ଜଣେ ବ୍ୟକ୍ତିଙ୍କ ସହ ଏପରି କିଛି ହୋଛି ଯାହା ଶୁଣିବା ପରେ ଆପଣମାନେ ମଧ୍ୟ ରାସ୍ତାରେ ଖାଇବା ଛାଡିଦେବେ। ରିପୋର୍ଟ ଅନୁଯାୟୀ ହୁଆ ୟୁଂ ନାମକ ଜଣେ ବ୍ୟକ୍ତି ଟ୍ରେନ ପ୍ଲେଟଫର୍ମରେ ଛିଡା ହୋଇ ସାଣ୍ଡଓ୍ଵିଚ୍ ଖାଉଥିଲେ। କିନ୍ତୁ କିଛି ସମୟ ପରେ ପୋଲିସି ଆସି ହାତକଡି ପକାଇ ନେଇଯାଇଥିଲେ। ଯାହାର ଭିଡିଓ କିଛି ଦିନ ହେବ ଯେସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।
https://www.facebook.com/7husal0t7/videos/2520765981321912/?t=8
ଏହାସହ ପଢନ୍ତୁ: ଓଃ ପାଠପଢା ଭାରି ବିରକ୍ତ ! ସ୍କୁଲ ଯିବାକୁ ନେଇ ଚିଡିଯାଇ ପିଲାଟି କହିଲା ଏମିତି କଥା, ଦେଖନ୍ତୁ ଭିଡିଓ
ରିପୋର୍ଟ ଅନୁଯାୟୀ ପୋଲିସ୍ କର୍ମଚାରୀ ଜଣକ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସମୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଭିଡିଓ ମୁତାବକ ପୋଲିସ କର୍ମଚାରୀ ପ୍ରଥମେ ନିଜ ସାଥୀମାନଙ୍କୁ କଲ୍ କରିବା ପରେ ବାକି କର୍ମଚାରୀମାନେ ଆସିଥିଲେ। ସେଠାରେ ଚାରି ଜଣ ପୋଲିସ୍ କର୍ମଚାରୀ ଏକାଠି ହେବା ପରେ ଷ୍ଟିଭଙ୍କୁ ଗିରଫ କରି ନେଇଯାଇଥିଲେ। ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ପେଡ୍ ଏରିୟାରେ ଖାଦ୍ୟ ଖାଉଥିଲେ, ଯାହା ଆଇନ ବିରୋଧି ଅପରାଧ। ଷ୍ଟିଭଙ୍କ ସହ ଅନ୍ୟ କେତେକ ଲୋକମାନେ ଜଡିତ ଅଛନ୍ତି, ଯେଉଁମାନେ Eat-in ପାଇଁ ପ୍ରୋଟେଷ୍ଟ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାର ହେବା ସହ ଷ୍ଟିଭଙ୍କୁ ଜରିମାନା ଦେବାକୁ ପଡିବ ବୋଲି ଶୁଣିବାକୁ ମିଳିଛି।