ଧୋକେବାଜ ସ୍ତ୍ରୀକୁ ବୁଦ୍ଧି ଶିଖାଇବାକୁ ଶାଶୁ ସହ ଘନିଷ୍ଠତା ବଢ଼ାଇଲା ଜ୍ୱାଇଁ, ରଖିଲା ଶାରୀରିକ ସମ୍ପର୍କ

ପ୍ରେମରେ ଧୋକା ଖାଇଥିବା ଲୋକ ସବୁଦିନ ପାଇଁ ନିରବୀ ଯାଏ ନଚେତ କିଛି ଅଘଟଣ କରି ବସେ। କିନ୍ତୁ ଜଣେ ବ୍ୟକ୍ତି ଧୋକେବାଜ ସ୍ତ୍ରୀକୁ ପାନେ ଦେବାକୁ ଯାହା କରିଛି, ତାହା ବୋଧେ କେହି କେବେ ଚିନ୍ତା ବି କରିନଥିବେ। ସୋସିଆଲ ମିଡିଆରେ ଏହି ବ୍ୟକ୍ତି ଯେତେବେଳେ ନିଜ ପ୍ରତିଶୋଧର କାହାଣୀ ଖୁଲାସା କଲେ ସେତେବେଳେ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ବିଶ୍ୱାସ କରିପାରିଲେନି ଯେ ଜଣେ ସତରେ ଏମିତି ବି କରିପାରେ।

ରିପୋର୍ଟ ମୁତାବକ, ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଲୋକଙ୍କୁ ନିଜ ନିଜ ସିକ୍ରେଟ କହିବାକୁ କହିଥିଲେ। ଏଥିରେ ଜଣେ ବ୍ୟକ୍ତି କହିଛନ୍ତି ଯେ ଆଜି ମୁଁ ମୋ ସେକ୍ସ ଲାଇଫର ସିକ୍ରେଟ ସମସ୍ତଙ୍କୁ କହୁଛି। ବାହାଘରର କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ଯେ ମୋ ସ୍ତ୍ରୀ ମୋତେ ଧୋକା ଦେଉଛି। ଏହି କଥା ଜାଣିବା ପରେ ମୁଁ ସମ୍ପୂର୍ଣ୍ଣ ଦୋହଲି ଯାଇଥିଲି। ଏଣୁ ସ୍ତ୍ରୀକୁ ଶାସ୍ତି ଦେବାକୁ ଚିନ୍ତା କରିଥିଲି। କଣ କଲେ ସ୍ତ୍ରୀକୁ ପାନେ ଦେଇ ହେବ ସେନେଇ ଚିନ୍ତା କରୁଥିଲି।

ସେତେବେଳେ ମୋ ମନକୁ ଶାଶୁଙ୍କ କଥା ଆସିଥିଲା। ଧୀରେ ଧୀରେ ମୁଁ ଶାଶୁଙ୍କ ସହ ଘନିଷ୍ଠତା ବଢାଇଲି। ଆମ ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ଗଢ଼ି ଉଠିଲା। ଶାଶୁ ବି ମୋ ସାଥ୍ ଦେଲେ। ଏହି ଉପାୟରେ ମୁଁ ସ୍ତ୍ରୀ ଠୁ ପ୍ରତିଶୋଧ ନେଲି ବୋଲି ପୋଷ୍ଟ ମାଧ୍ୟମରେ ଯୁବକ ଜଣକ କହିଛନ୍ତି।

ତେବେ ସୋସିଆଲ ମିଡିଆରେ ଯୁବକଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। କିଛି ଲୋକ ବ୍ୟକ୍ତିଙ୍କ କାର୍ଯ୍ୟକୁ ଜେସାକୁ ତେସା କହୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.