ଜେଲ୍‌ରୁ ବାହାରି ପାରୁନାହାନ୍ତି ମନୀଷ ସିସୋଦିଆ, ଅବକାରୀ ନୀତି ମାମଲାରେ ପୁଣି ବଢ଼ିଲା ନ୍ୟାୟିକ ହେପାଜତ

ରାଉସ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ସିବିଆଇ ମାମଲାରେ ଏପ୍ରିଲ୍ ୨୭ ଏବଂ ଇଡି ମାମଲାରେ ଏପ୍ରିଲ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି। ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ସିବିଆଇ ମାମଲାରେ ଏପ୍ରିଲ୍ ୨୭ ଏବଂ ଇଡି ମାମଲାରେ ଏପ୍ରିଲ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ସହ ଅଭିଯୁକ୍ତ ଅରୁଣ ରାମଚନ୍ଦ୍ର ପିଲ୍ଲାଇ ଓ ଅମନଦୀପ ଧଲଙ୍କ ନ୍ୟାୟିକ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ଇଡି ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ଅରୁଣ ପିଲ୍ଲାଇ ଓ ଅମନଦୀପ ଧଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି।

ଏହି ମାମଲାରେ ପାଖାପାଖି ୮ ଘଣ୍ଟାର ପଚରାଉଚରା ପରେ ଫେବୃଆରୀ ୨୬ରେ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଅଧିକାରୀମାନେ କହିଥିଲେ ଯେ ତାଙ୍କ ଉତ୍ତର ସନ୍ତୋଷଜନକ ନ ଥିଲା। ପରେ ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

କହି ରଖୁଛୁ, ସିବିଆଇ ଗତକାଲି ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପାଖାପାଖି ୯ ଘଣ୍ଟା ଧରି ପଚରାଉଚରା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.