ତିହାର ଜେଲରେ ହୋଲି ପାଳିବେ ସିସୋଦିଆ, ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ସାଙ୍ଗରେ ଗୀତା, ଡାଏରୀ ଏବଂ ପେନ୍‌ ନେଇ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ମନୀଷ ସିସୋଦିଆ । ଏବେ ସିସୋଦିଆ ତିହାର ଜେଲରେ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ରହିବେ । ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

ମଦନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ମନୀଷ ସିସୋସିଆ ।

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ଦିନରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ତେବେ ମନୀଷ ସିସୋଦିଆଙ୍କ ଓକିଲ ନ୍ୟାୟିକ ହେପାଜତକୁ ଯିବା ସମୟରେ ଚଷମା, ଡାଏରୀ, ପେନ ଏବଂ ଗୀତା ନେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ । ଆଉ କୋର୍ଟ ତାଙ୍କ ଅନୁମତିକୁ ଗ୍ରହଣ କରିଥିଲେ ।

କୋର୍ଟ ସିବିଆଇର ଦାବିକୁ ମାନି ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସିସୋଦିଆଙ୍କୁ ତିହାର ଜେଲରେ ରହିବା ପାଇଁ ପଠାଯାଇଛି । ସିସୋଦିଆ ଜେଲ ଯିବା ପରେ ତିହାର ଉଚ୍ଚସ୍ତରୀୟ ବୈଠକ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.