ଠକ ସୁକେଶ ଚନ୍ଦ୍ରଶେଖର ଜାଲରେ ଅନେକ ବଲିଉଡ ସୁନ୍ଦରୀ, ଜ୍ୟାକଲିନଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ : ସୁକେଶ ଚନ୍ଦ୍ରଶେଖର ଜାଲରେ ପଡିଛନ୍ତି ଅନେକ ବଲିଉଡ ସୁନ୍ଦରୀ। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରିଛି । ତେବେ କେବଳ ଜ୍ୟାକଲିନ ନୁହେଁ, ନୋରା ଫତେହୀଙ୍କ ପରି ବହୁ ବଲିଉଡ ଅଭିନେତ୍ରୀଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇଥିଲା ଚନ୍ଦ୍ରଶେଖର।

ତେବେ ପ୍ରଶ୍ନ ଉଠୁଛି ଠକ ଚନ୍ଦ୍ରଶେଖର ଖୋଜି ଖୋଜି ବଲିଉଡ ସେଲିବ୍ରିଟୀଙ୍କୁ କାହିଁକି ଟାର୍ଗେଟ କରୁଥିଲା ? ଚନ୍ଦ୍ରଶେଖର ସେଲିବ୍ରିଟୀଙ୍କ ସହ ସମ୍ପର୍କ ବଢାଇ ଆଉ କିଛି ଡିଲ୍ କରିବାକୁ ଚାହୁଁଥିଲା କି? ଜ୍ୟାକଲିନ ଓ ବଲିଉଡ ଷ୍ଟାରଙ୍କ ସହ ଫଟୋ ଜରିଆରେ ସେ ନିଜକୁ ପ୍ରଭାବଶାଳୀ ଦର୍ଶାଉଥିଲା। ଗିଫ୍ଟ ଦେଇ ସେଲିବ୍ରିଟୀଙ୍କୁ ନିଜ ଜାଲରେ ଫସାଉଥିଲା ଚନ୍ଦ୍ରଶେଖର। ପରେ ସେମାନଙ୍କ ସହ ଫଟୋ ଦେଖାଇ ଲୋକମାନଙ୍କୁ ଠକୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.