ମାନବ ସମାଜ ପାଇଁ ଲଜ୍ଜା : ବିବାହିତ ଦିଅର ଓ ଶ୍ୱଶୁର କରୁଥିଲେ ଦୁଷ୍କର୍ମ, ଭିଡ଼ିଓ ବନାଇ କରୁଥିଲେ ବ୍ଲାକ୍‌ମେଲ୍‌

ଜୟପୁର :  ମାନବ ସମାଜ ପାଇଁ ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ରାଜସ୍ଥାନର ଭିବାଡି ଠାରେ । ଯାହାକି ବର୍ବରତାର ସମସ୍ତ ସୀମା ପାର କରିଦେଇଛି । ଜଣେ ବିବାହିତାଙ୍କୁ ଶାଶୂ ଘରେ ଗଣ ଦୁଷ୍କର୍ମ କରାଯିବା ଘଟଣା ମାନବିକତାର ସମସ୍ତ ସୀମା ପାର କରିଦେଇଛି । ଏଠାରେ ଜଣେ ୨୨ ବର୍ଷ ବୟସ୍କା ମହିଳାଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ପୀଡିତାଙ୍କ ରିପୋର୍ଟ ଅନୁଯାୟୀ ମାତ୍ର ୧୭ ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା । ଶାଶୂ ଘର ଆସିବା ପରେ ତାଙ୍କ ଶ୍ୱଶୁରଙ୍କ ଖରାପ ନଜର ପଡ଼ିଥିଲା ତାଙ୍କ ଉପରେ । ଶ୍ୱଶୁର ତାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କ ଦିଅର ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଉଭୟ ମିଶି ତାଙ୍କୁ ଗଣ ଦୁଷ୍କର୍ମ ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ତାଙ୍କ ସହ କରିଥିବା ଦୁଷ୍କର୍ମର ଅଶ୍ଲୀଳ ଭିଡିଓ ମଧ୍ୟ ବନାଇ ତାଙ୍କୁ ବ୍ଲ୍‌ାକ୍‌ମେଲ୍‌ କରୁଥିଲେ । ଖାଲି ସେତିକି ନୁହେଁ ତାଙ୍କ ଶାଶୂଙ୍କର ଦୁଇ ଭାଇ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏଥିପାଇଁ ୨୦୧୯ ଓ ୨୦୨୦ରେ ସେ ଦୁଇଥର ଗର୍ଭବତୀ ମଧ୍ୟ ହୋଇଥିଲେ । ହେଲେ ତାଙ୍କୁ ମାଡ଼ ମାରି ତାଙ୍କର ଗର୍ଭପାତ କରାଇ ଦେଇଥିଲେ ।

ଏ ସମ୍ପର୍କରେ ପତିଙ୍କୁ ଅଭିଯୋଗ କଲେ ମଧ୍ୟ ମାଡ଼ ଖାଇବାକୁ ପଡ଼ୁଥିଲା । ୨୦୨୧ରେ ତାଙ୍କ ପତି ଦ୍ୱିତୀୟ ବିବାହ କରିବା ପରେ ସେ ଏ ବିଷୟରେ ଘର ଲୋକଙ୍କୁ କହିଥିଲେ । ଫଳରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.