ଫିରୋଜାବାଦର କାଠ ବଜାରରେ ଭୀଷଣ ନିଆଁ, ୨୪ ଦୋକାନ ଜଳି ପାଉଁଶ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଥିବା କାଠ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ନିଆଁ ଅନେକ କିଲୋମିଟର ଦୂରରୁ ଦେଖାଯାଉଛି। ଘଟଣା ପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

ଉତ୍ତର ପ୍ରଦେଶର ଫିରୋଜାବାଦରେ ଥିବା କାଠ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ନିଆଁ ଅନେକ କିଲୋମିଟର ଦୂରରୁ ଦେଖାଯାଉଛି। ଘଟଣା ପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି।

ସିଟି ଏପ୍‌ପି ସର୍ଭେଶ ମିଶ୍ର କହିଛନ୍ତି ଯେ ଆମକୁ ପାଖାପାଖି ୧ ଘଣ୍ଟା ପୂର୍ବରୁ କାଠ ବଜାରରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ଯେଉଁଠି ଆସବାବପତ୍ର ତିଆରି କାମ ଚାଲିଥିଲା, ସେହି ସ୍ଥାନରେ ହିଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ଏଠାରେ ଭୟଙ୍କର ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି। ସମଗ୍ର ଅଞ୍ଚଳକୁ ଖାଲି କରି ଦିଆଯାଇଛି। ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ନାହିଁ। ଅଗ୍ନିକାଣ୍ଡରେ ବଜାରରେ ଥିବା ପ୍ରାୟ ୨୪ଟି ଦୋକାନ ଜଳି ପାଉଁଶ ହୋଇଯାଇଛି। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।