ମହିଳା ସଫେଇ କର୍ମୀଙ୍କୁ ଘୋଷାଡି ବାହାରେ ଫିଙ୍ଗିଦେଲେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ, ଭିଡିଓ ହେଲା ଭାଇରାଲ୍

ଛତିଶଗଡ : ଛତିଶଗଡର କୋରିୟା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୋରିୟା ବଡବାହୀ କନ୍ୟା ଆଶ୍ରମର ଛାତ୍ରାବାସର ଅଟେ । ଏଠାରେ କାମ କରୁଥିବା ଏକ ମହିଳାଙ୍କୁ ଜଣେ ବ୍ୟକ୍ତି ଅତି କଦର୍ଯ୍ୟ ଭାବେ ଘୋଷାଡି ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି ।
ସୂଚନା ଅନୁଯାୟୀ ଉକ୍ତ କନ୍ୟା ଆଶ୍ରମର ସୁପରିଟେଣ୍ଡଣ୍ଟ ସୁମିଲା ସିଂଙ୍କ ସ୍ବାମୀ ରଙ୍ଗଲାଲ ସିଂ ଜଣେ ମହିଳା ସଫେଇ କର୍ମୀଙ୍କୁ ର୍ଦୁବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି । କୋରିୟାର ବରୱାନୀ କନ୍ୟାଶ୍ରମର ଏହି ଘଟଣା । ଏଠାରେ କାମ କରୁଥିବା ଜଣେ ମହିଳା ସଫେଇ କର୍ମୀ ନିଜର ୩ମାସର ଛୁଆ ସହିତ କିଛି ଦିନ ହେବ ରହୁଥିଲେ । ତେବେ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ ଉକ୍ତ ମହିଳାକୁ ଘରୁ ବାହାରିବା ପାଇଁ କହିଥିଲେ । ଯେତେବେଳେ ମହିଳା ଜଣଙ୍କ ରାଜି ହୋଇନଥିଲେ ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କୁ ଘୋଷାଡି ବାହାରକୁ ଫିଙ୍ଗିଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ପରେ ସମ୍ରୁକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଖୁବ୍ ଶିଘ୍ର ଗରଫ କରାଯିବ ବୋଲି ପୋଲିସ୍ କହିଛି ।
ଦେଖନ୍ତୁ ଭିଡିଓ:
#WATCH Chhattisgarh:Ranglal Singh,husband of School Superintendent Sumila Singh misbehaved with a cleaner at Barwani Kanya Ashram in Korea, after she took shelter at students’ hostel with her 3-month-old baby.Police says,“FIR filed.Probe on.Accused will be arrested soon.” (18.08) pic.twitter.com/NFayVvh8GZ
— ANI (@ANI) August 19, 2019
ଏହାସହ ପଢନ୍ତୁ : ପାକିସ୍ତାନୀ ସମର୍ଥକଙ୍କୁ ଚୁପ୍ କରାଇ ଦେଲେ ଏହି ଭାରତୀୟ ମହିଳା, ଦେଖନ୍ତୁ ଭିଡିଓ