କେବଳ ପାଞ୍ଚଦିନ ମୋଲନୁପିରାଭିର ସେବନ କୋଭିଡ଼କୁ ଦେବ ମାତ୍, ଘରେ ରହି କରିହେବ ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ):କୋଭିଡ୍‌ ମୁକାବିଲାରେ  ଗେମ୍‌ ଚେଞ୍ଜର ହେବ କୋଭିଡ୍‌ ବଟିକା, ମୋଲନୁପିରାଭିର। ଏସିଆ ମହାଦେଶର ବିଭିନ୍ନ ଦେଶ ଏହି ବଟିକା ପାଇବାକୁ ଅର୍ଡର ଦେବା ଆରମ୍ଭ କରି ସାରିଲେଣି। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ମୋଲନୁପିରାଭିର ନିର୍ମାଣ କରିଛି। ମୋଲ୍‌ନୁପିରାଭିରର ଜରୁରୀକାଳୀନ ବ୍ୟବହାର ଲାଗି ଆମେରିକା ଏଫ୍‌ଡିଏର ଅନୁମତି ଲୋଡିଛି କମ୍ପାନୀ। ଯଦି ଅନୁମତି ମିଳେ ତେବେ କୋଭିଡ୍‌ ଚିକିତ୍ସାରେ ମୋଲନୁପିରାଭିର ବିଶ୍ୱର ପ୍ରଥମ ବଟିକା ହେବ।

ଏସିଆ-ପ୍ରଶାନ୍ତ ମହାସାଗର ଅଂଚଳର ବିଭିନ୍ନ ଦେଶ, ଯେଉଁମାନେ ଆବଶ୍ୟକ ଟିକାକରଣ କରି ପାରିନାହାନ୍ତି ସେମାନେ ବଟିକାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ମର୍କ ଆଣ୍ଡ କୋ କମ୍ପାନୀର ଦାବି, ମୋଲନୁପିରାଭିର ପିଲ୍‌ ଦ୍ୱାରା ରୋଗୀଙ୍କ ମୃତ୍ୟୁ ଓ ହସ୍ପିଟାଲରେ ଆଡମିଟ୍‌ ହେବା ଭଳି ଆଶଙ୍କାକୁ ୫୦ ପ୍ରତିଶତ କମାଇ ଦେବ। କୋଭିଡ୍‌କୁ ହରାଇବାକୁ ଟିକା ଉପରେ ଫୋକସ ଥିବା ବେଳେ ଏବେ ବଟିକା ପାଇବାକୁ ବିଭିନ୍ନ ଦେଶ ଉଦ୍ୟମ ଆରମ୍ଭ କରିଛନ୍ତି।

ମୋଲନୁପିରାଭିର କ’ଣ?

ମୋଲନୁପିରାଭିର ଏକ ଏଭଳି ଔଷଧ ଯାହା କୋଭିଡ଼ର ସଫଳ ଚିକିତ୍ସା ପାଇଁ ସକରାତ୍ମକଭାବେ କାର୍ଯ୍ୟ କରେ। କୋଭିଡର ଚିକିତ୍ସା ପାଇଁ ଏହା ସହାୟକ ହୋଇଥାଏ। କୋଭିଡ ରୋଗୀମାନେ ଘରେ ରହି ଏହି ଔଷଧ ଖାଇପାରିବେ ଓ ଚିକିତ୍ସା ପାଇଁ ଡାକ୍ତରଖାନାରେ ରହିବା ଆବଶ୍ୟକ ପଡିବ ନାହିଁ

ବଟିକା ଏହିପରି କାମ କରେ:

ଥରେ  କୋଭିଡ -19 ରୋଗରେ ରୋଗୀ ଚିହ୍ନଟ ହେଲେ,  ସେମାନେ ମୋଲନୁପିରାଭିର କୋର୍ସ ଆରମ୍ଭ କରିପାରିବେ। ଚାରି 200-ମିଲିଗ୍ରାମ କ୍ୟାପସୁଲ, ଦିନକୁ ଦୁଇଥର, ପାଞ୍ଚ ଦିନ ପାଇଁ ଖାଇପାରିବେ। ଗୋଟିଏ ଷ୍ଟ୍ରୀପରେ ମୋଟ ୪୦ଟି ବଟିକା ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.