୧୦୦ ରୁ ଅଧିକ ସାପ ଘେରରେ ମୃତ ମିଳିଲେ ମହିଳା, ସବୁଠୁ ବଡ ସାପ ଥିଲା ୧୪ ଫୁଟର ଅଜଗର

ମେରିଲାଣ୍ଡ : ବେଳେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ ଯାହାକୁ ଶୁଣିଲେ ଭୟରେ ଲୋମ ଟାଙ୍କୁରି ଉଠେ । ଏମିତି ଏକ ଘଟଣା ଦେଖା ଦେଇଛି ଆମେରିକାର ମେରିଲ୍ୟାଣ୍ଡରେ । ଏଠାରେ ଜଣେ ମହିଳାଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ । ଘଟଣାଟି ଥିଲା ଗତ ଜାନୁଆରୀ ୧୯ ତାରିଖର । ୪୯ ବର୍ଷ ବୟସ୍କ ଉକ୍ତ ମହିଳା ତାଙ୍କ ସୋଫା ଉପରେ ମୃତ ପଡ଼ିଥିଲେ । ପାଖ ପଡୋଶୀ ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣାଟି ସମ୍ପର୍କରେ ଜଣାପଡ଼ିଲା ।

ପଡୋଶୀମାନେ ଉକ୍ତ ମହିଳାଙ୍କୁ ଦୁଇ ଦିନ ଧରି ବାହାରେ ନଦେଖିବାରୁ କିଛି ଅଘଟଣ ଆଶଙ୍କା କରି ପୋଲିସକୁ ଖବର ଦେଇଥିଲେ । ଏମର୍ଜେନ୍ସି ମେଡିକାଲ ଟିମ ଓ ଫାୟାର ବ୍ରିଗେଡ ସହ ପୋଲିସ ଯେତେବେଳେ ମହିଳାଙ୍କ ଘର ନିକଟରେ ପହଞ୍ଚିଲେ ମହିଳା ଜଣକ ମୃତ ଅବସ୍ଥାରେ ତାଙ୍କ ସୋଫା ଉପରେ ପଡ଼ିଥିଲେ ।

ତାଙ୍କ ଘର ଓ ଘର ବାହାରେ ୧୦୦ ରୁ ଅଧିକ ସାପ ରହିଥିବାର ଦେଖାଯାଇଥିଲା । ମହିଳାଙ୍କ ଉପରେ ମଧ୍ୟ ସାପ ରହିଥିବାର ଦେଖାଯାଇଥିଲା । ପୋଲିସ ମହିଳାଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ସାପ ଧରିବା ପାଇଁ ଆନିମଲ କଣ୍ଟ୍ରୋଲ ଟିମ ନିୟୋଜିତ ଅଛନ୍ତି ବୋଲି ଆନିମଲ କଣ୍ଟ୍ରୋଲ ସଦସ୍ୟ ଚାର୍ଲସ କାଉଣ୍ଟି ପ୍ରକାଶ କରିଛନ୍ତି ।

ଆମେରିକାରେ ଗତ ୩୦ ବର୍ଷ ଭିତରେ ଏକ ସମୟରେ ଏତେ ଗୁଡିଏ ସାପ ଜଣଙ୍କ ଘରେ ଦେଖାଯାଇଥିବାର ନଜିର ନାହିଁ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.