ମସ୍କୋ: ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ, ୭୦୦୦ ବର୍ଗ ମିଟର ପର୍ଯ୍ୟନ୍ତ ବ୍ୟାପିଲା ନିଆଁ

ନୂଆଦିଲ୍ଲୀ : ରୁଷର ରାଜଧାନୀ ମସ୍କୋ ସୀମାନ୍ତରେ ଥିବା ମେଗା ଖିମ୍କି ସପିଂ ମଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିନାହିଁ । ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟର ଆଞ୍ଚଳିକ ବିଭାଗ ଏହି ସୂଚନା ଦେଇଛି। ଏହି ଅଗ୍ନିକାଣ୍ଡ ୭୦୦୦ ବର୍ଗ ମିଟର ଅଞ୍ଚଳରେ ବ୍ୟାପିଛି ବୋଲି ବିଭାଗ କହିଛି। ପେଣ୍ଟ ଏବଂ ଏରୋସୋଲରେ ଭର୍ତ୍ତି ହୋଇଥିବା ପାତ୍ରଗୁଡିକ ଦୋକାନରେ ବିସ୍ଫୋରଣ ହୋଇଥିଲା | ନିଆଁ ଲିଭାଇବା ପାଇଁ ପ୍ରାୟ ୩୦ ଜଣ ଲୋକ ଏବଂ ନଅ ୟୁନିଟ୍ ଯନ୍ତ୍ରପାତି ନିୟୋଜିତ ହୋଇଥିଲେ।

ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟର ପ୍ରେସ କାର୍ଯ୍ୟାଳୟ ଅନୁଯାୟୀ, ସକାଳ ୭:୦୫ରେଅଗ୍ନିକାଣ୍ଡ ଘଟିଥିଲା। ଏଥିସହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଅଗ୍ନିକାଣ୍ଡ ହେତୁ  ବିମାନ ଚଳାଚଳକୁ ସତର୍କ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ମସ୍କୋରେ ଏହି ଅଗ୍ନିକାଣ୍ଡରେ ବିସ୍ଫୋରଣ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ରୁଷର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ନିଆଁ ଲାଗିବା ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି।

ରିପୋର୍ଟ ଅନୁସାରେ ଏହି ଅଗ୍ନିକାଣ୍ଡର କାରଣ ୟୁକ୍ରେନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଫେବୃଆରୀ ୨୪ ରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ବର୍ତ୍ତମାନ ରୁଷର ସହରଗୁଡିକ ଉପରେ ଆକ୍ରମଣ କରାଯାଉଛି, ଯଦିଓ ୟୁକ୍ରେନ ଏହି ଆକ୍ରମଣକୁ ଅସ୍ୱୀକାର କରୁଛନ୍ତି, କିନ୍ତୁ ଅଜ୍ଞାତ ବିମାନରୁ ଆକ୍ରମଣ ହେବାର ଖବର ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.