ମୂଷା ପାଇଲା ଗୋଲ୍ଡ ମେଡାଲ, ଜୀବନ କାଳ ଭିତରେ ଚିହ୍ନଟ କରିଛି ୭୦ରୁ ଅଧିକ ଲ୍ୟାଣ୍ଡମାଇନ୍ସ

କେନ୍ୟୁଜ୍: ମୂଷାକୁ ମିଳିଲା ଗୋଲ୍ଡ ମେଡାଲ । ସେବା ଓ ବାହାଦୁରି ପାଇଁ ତାକୁ ମିଳିଛି ଏହି ମେଡ଼ାଲ । ଜୀବନ କାଳ ଭିତରେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି । ଆପଣ ଭାବୁଥିବେ ମୂଷା କିପରି ଜୀବନ ବଞ୍ଜାଇବ । ହଁ ମୂଷା କରୁଥିଲା ବୋମା ଓ ଲ୍ୟାଣ୍ଡମାଇନ୍ସର ସନ୍ଧାନ ଓ ଖବର ଦେଉଥିଲା ନିଜ ଅଧିକାରୀଙ୍କୁ ।

ଏହି ମୂଷାର ନା ହେଲା ମଗାବା । ଏହି ମୂଷାଟି କମ୍ବୋଡ଼ିଆର ବନ ନିରିକ୍ଷକ ଦଳରେ କାମ କରୁଥିଲା । ଶୁଙ୍ଘିକି ମୂଷା ଜାଣି ଦେଉଥିଲା କି ବାରୁଦର ସୁଡ଼ଙ୍ଗ କେଉଁଠି ଅଛି । ଫଳରେ ବଞ୍ଚି ଯାଉଥିଲା ହଜାର ହଜାର ଲୋକଙ୍କ ଜୀବନ । ବାରୁଦ ସୁଡ଼ଙ୍ଗ ଖୋଜିବାର ସ୍ୱତନ୍ତ୍ର ତାଲିମ ନେଇଥିଲା ଏହି ମୂଷା ।

ନିଜ ଜୀବନ କାଳ ଭିତରେ ୭୦ରୁ ଅଧିକ ଲ୍ୟାଣ୍ଡମାଇନ୍ସର ଠାବ କରିଛି ଏହି ମୂଷା । ଏହା ଧରିଛି ୩୮ଟି ଜିଅନ୍ତା ବୋମା । ମଗାବା ୫ ବର୍ଷ ଧରି ଏହି ଦଳରେ ସେବା କରି ଆସୁଥିଲା । ମୂଷାର ଏହିପରି ବାହାଦୁରି ପାଇଁ ବ୍ରିଟିସ ଚାରିଟି ତରଫରୁ ଗୋଲ୍ଡ ମେଡ଼ାଲରେ ସମ୍ମାନୀତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.