ରେଷ୍ଟୁରାଣ୍ଟରେ ମାଉଥ୍‌ ଫ୍ରେଶନର ଖାଇ ୫ ଗ୍ରାହକ ଗୁରୁତର, ଖାଇବା ପରେ ପାଟିରୁ ବାହାରିଲା ରକ୍ତ

ହରିୟାଣାର ଗୁରୁଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ରେଷ୍ଟୁରାଣ୍ଟରେ ମାଉଥ୍‌ ଫ୍ରେଶନର ଖାଇ ୫ ଜଣ ଗ୍ରାହକ ଅସୁସ୍ଥ ହୋଇପଡ଼ିଛନ୍ତି ।

ହରିୟାଣାର ଗୁରୁଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ରେଷ୍ଟୁରାଣ୍ଟରେ ମାଉଥ୍‌ ଫ୍ରେଶନର ଖାଇ ୫ ଜଣ ଗ୍ରାହକ ଅସୁସ୍ଥ ହୋଇପଡ଼ିଛନ୍ତି । ସଙ୍ଗେ ସଙ୍ଗେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତମାନଙ୍କ ଅଭିଯୋଗ ଆଧାରରେ ରେଷ୍ଟୁରାଣ୍ଟ ସଞ୍ଚାଳକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିିଳିଥିବା ସୂଚନା ମୁତାବକ, ଅଙ୍କିତ କୁମାର ନାମକ ବ୍ୟକ୍ତି ନିଜ ପତ୍ନୀ ଏବଂ ବନ୍ଧୁମାନଙ୍କ ସହ ପାର୍ଟି କରିବା ପାଇଁ ଖେଡକିଦୌଲା ସେକ୍ଟର ୯୦ସ୍ଥିତ ଏକ ରେଣ୍ଟୁରାଣ୍ଟ ଯାଇଥିଲେ । ସମସ୍ତେ ଖାଦ୍ୟ ଖାଇସାରିବା ପରେ ରେଷ୍ଟୁରାଣ୍ଟ ଷ୍ଟାଫ୍‌ ମାଉଥ୍‌ ଫ୍ରେଶନର ଅଫର୍‌ କରିଥିଲେ । ଅଭିଯୋଗ ରହିଛି କି, ଯେମିତି ହିଁ ଏହି ଲୋକମାନେ ମାଉଥ୍‌ ଫ୍ରେଶନର ଖାଇଥିଲେ, ସଙ୍ଗେ ସଙ୍ଗେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା ।

ଦେଖୁ ଦେଖୁ ସମସ୍ତଙ୍କ ପାଟିରୁ ରକ୍ତ ବାହାରିଥିଲା । ହେଲେ ରେଷ୍ଟୁରାଣ୍ଟ ସଞ୍ଚାଳକ ଏବଂ କର୍ମଚାରୀମାନେ ସେହିଠାରେ ହିଁ ଛିଡ଼ା ହୋଇ ଏ ସବୁକୁ ଦେଖୁଥିଲେ । ଅଙ୍କିତ ଘଟଣା ବିଷୟରେ ଗୁରୁଗ୍ରାମ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ପୀଡ଼ିତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.