ପୁଅ ଅନନ୍ତଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ କଲେ ଏକ ସୁନ୍ଦର ଡ୍ୟାନ୍ସ, ସାମ୍ନାକୁ ଆସିଲା ଭିଡିଓ

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ଇଭେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରାଯାଇଛି । ଯେଉଁଥିରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏକ ସୁନ୍ଦର ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ସାରା ବିଶ୍ୱରେ ଚର୍ଚ୍ଚା ବିଷୟ ପାଲଟିଛି । ଗୁଜୁରାଟର ଜାମନଗରରେ ଆୟୋଜିତ ଅମ୍ବାନୀ ପରିବାରର ଏହି ବିଶେଷ କାର୍ଯ୍ୟକ୍ରମରେ ଭାରତ ତଥା ବିଦେଶର ବହୁତ ବଡ଼ ବଡ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ବଲିଉଡର ସମସ୍ତ ଷ୍ଟାର ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ଇଭେଣ୍ଟରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସମାରୋହର ଶେଷ ଦିନରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ବହୁତ ସୁନ୍ଦର ଡ୍ୟାନ୍ସ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ manav.manglani ସେୟାର କରାଯାଇଛି ।

ସୂଚନା ମୁତାବକ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ଇଭେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର କରାଯାଇଛି । ଯେଉଁଥିରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏକ ସୁନ୍ଦର ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ନୀତା ଅମ୍ବାନୀଙ୍କୁ କମଳା ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଥିଲେ । ନୀତା ଅମ୍ବାନୀଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ଇଭେଣ୍ଟରେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ରାଜ କପୁରଙ୍କ ଆଇକନିକ ସଙ୍ଗ୍‌ ‘ପ୍ୟାର ହୁଆ ଇକରାର ହୁଆ’ରେ ଡ୍ୟାନ୍ସ କରିଥିଲେ । ଏଥି ସହିତ ଶାହାରୁଖ ଖାନ, ସଲମାନ ଖାନ, ଆମୀର ଖାନ ‘ଜିନେ୍ କେ ହେ ଚାର ଦିନ୍’ ଏବଂ ନାଟୁ ନାଟୁ ପରି ଗୀତରେ ଡ୍ୟାନ୍ସ କରିଥିଲେ । ଏବେ ଅନନ୍ତ ଏବଂ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ର ଅନେକ ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Manav Manglani (@manav.manglani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.