ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କ ଶେଷକୃତ୍ୟରେ ଅସମ୍ଭାଳ ଭିଡ଼, ନାରା ଲଗାଇଲେ ସମର୍ଥକ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ଶେଷକୃତ୍ୟ ଆଜି ହେବ । ଏଥିପାଇଁ ଶଶ୍ମାନ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି । କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତର ପ୍ରଦେଶ ଗାଜିପୁରରେ ଶେଷକୃତ୍ୟ ହେବ । ଶେଷକୃତ୍ୟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ଶେଷକୃତ୍ୟ ଆଜି ହେବ । ଏଥିପାଇଁ ଶଶ୍ମାନ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି । କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତର ପ୍ରଦେଶ ଗାଜିପୁରରେ ଶେଷକୃତ୍ୟ ହେବ । ଶେଷକୃତ୍ୟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗାଜିପୁର ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପାରା ମିଲିଟାରୀ ଯବାନ ନିୟୋଜିତ ରହିଛନ୍ତି ।

ବନ୍ଦା ଜିଲ୍ଲାରେ ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ବ୍ୟବଚ୍ଛେଦ ପରେ ଗାଜିପୁରକୁ ଶେଷକୃତ୍ୟ ପାଇଁ ଅନସାରୀଙ୍କ ମୃତଦେହ ଅଣାଯାଇଛି । ୪୦୦ କିଲୋମିଟର ଦୂରରୁ ଗାଜିପୁରକୁ ଅଣାଯାଇଛି ମୃତଦେହ । ଆଜି ଶେଷକୃତ୍ୟ ସଂପନ୍ନ ହେବ । ସମର୍ଥକଙ୍କ ସହ ବିଭିନ୍ନ ଦଳର ରାଜନେତା ମଧ୍ୟ ଶେଷକୃତ୍ୟରେ ସାମିଲ ହୋଇଛନ୍ତି ।

ଏହି ସମୟରେ ମୁଖତାର ଅନସାରୀଙ୍କର ଜେଲରେ ଥିବା ପୁଅ ଅବାସ ଅନସାରୀ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଅନୁମତି ମାଗି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି ।

୬୮ ବର୍ଷୀୟ ଅନସାରଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ୫ ଜଣ ଡାକ୍ତର ପୋଷ୍ଟମର୍ଟମ କରିଥିଲେ । ତେବେ ଅନସାରୀଙ୍କୁ ଜେଲରେ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.