ଫିଲ୍ମ ‘ଦବଙ୍ଗ ୪’କୁ ନେଇ ସଲମାନ ଖାନ୍‌ ଦେଲେ ବଡ଼ ଅପ୍‌ଡେଟ୍‌, ଜାଣନ୍ତୁ କ’ଣ କହିଲେ

ସଲମାନ ଖାନ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏବେ ସଲମାନ ଖାନ ତାଙ୍କ ଫିଲ୍ମ ‘ଦବଙ୍ଗ’ର ଫ୍ରାଞ୍ଚାଇଜ୍ ନେଇ ଦର୍ଶକଙ୍କ ନିକଟକୁ ଆସିବାକୁ ଯାଉଛନ୍ତି । ଆପଣମାନେ ଜାଣିଥିବେ ଯେ ଏହାର ୩ଟି ପାଟ ଯାଇସାରିଛି । ତେବେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ‘ଦବଙ୍ଗ ୪’ କୁ ଅପେକ୍ଷା କରିଛନ୍ତି । ଏବେ ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ କିଛି ନୂଆ ଅପ୍‌ଡେଟ୍‌ ଦେଇଛନ୍ତି ।

ବଲିଉଡରେ ଦବଙ୍ଗ ଖାନ ଭାବରେ ଜଣାଶୁଣା ସଲମାନ ଖାନ ତାଙ୍କ ଷ୍ଟାରଡମ ପାଇଁ ମଧ୍ୟ ଜଣାଶୁଣା । ତେବେ ଏହି ଅଭିନେତା ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିତିଥାନ୍ତି । ଏହା ସହ ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ସବୁ ବେଳେ ଅପେକ୍ଷା କରିଥାନ୍ତି । ଏବେ ସଲମାନ ଖାନ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏବେ ସଲମାନ ଖାନ ତାଙ୍କ ଫିଲ୍ମ ‘ଦବଙ୍ଗ’ର ଫ୍ରାଞ୍ଚାଇଜ୍ ନେଇ ଦର୍ଶକଙ୍କ ନିକଟକୁ ଆସିବାକୁ ଯାଉଛନ୍ତି । ଆପଣମାନେ ଜାଣିଥିବେ ଯେ ଏହାର ୩ଟି ପାଟ ଯାଇସାରିଛି । ତେବେ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ‘ଦବଙ୍ଗ ୪’ କୁ ଅପେକ୍ଷା କରିଛନ୍ତି । ଏବେ ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ କିଛି ନୂଆ ଅପ୍‌ଡେଟ୍‌ ଦେଇଛନ୍ତି । ଯେପରି ଫିଲ୍ମଟି ଏପର୍ଯ୍ୟନ୍ତ କ’ଣ ପାଇଁ ତିଆରି ହୋଇନାହିଁ ଏବଂ କେବେ ହେବ, ସେନେଇ କିଛି ସୂଚନା ଦେଇଛନ୍ତି । ତେବେ ଫ୍ୟାନ୍ସ ଏହି କଥା ଶୁଣିବା ପରେ, ‘ଦବଙ୍ଗ’ର ଫ୍ରାଞ୍ଚାଇଜ୍‌ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏବେ ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ପପୁଲାର ଫିଲ୍ମ ‘ଦବଙ୍ଗ’ ଫ୍ରାଞ୍ଚାଇଜର ଚତୁର୍ଥ ଭାଗର ଏକ ଅପଡେଟ୍ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ସେ ଏବଂ ତାଙ୍କ ଭାଇ ଅରବାଜ ଖାନଙ୍କ ମଧ୍ୟରେ ସ୍କ୍ରିପ୍ଟ ଫାଇନାଲ୍‌ ହେବା ମାତ୍ରେ ଫିଲ୍ମ ରିଲିଜ୍‌ ହେବ । ତେବେ ସଲମାନ ଅରବାଜଙ୍କ ଦ୍ୱାରା ନିର୍ମିତ ଷ୍ଟ୍ରିମିଂ ଫିଲ୍ମ ‘ପାଟନା ଶୁକ୍ଲା’ର ପ୍ରିମିୟରରେ ଯୋଗ ଦେଇଥିଲେ, ଯେଉଁଠାରେ ଗଣମାଧ୍ୟମର ଲୋକମାନେ ତାଙ୍କ ଫିଲ୍ମ ‘ଦବଙ୍ଗ ୪’ ବିଷୟରେ ପଚାରିଥିଲେ । ସୁପରଷ୍ଟାର ଏହାର ଉତ୍ତର ଦେଇ କହିଥିଲେ, ଯେ ଖୁବ୍ ଶୀଘ୍ର ଆମେ ଦୁଇ ଭାଇ ଏକା ସ୍କ୍ରିପ୍ଟ ଫାଇନାଲ କରିବୁ ଏବଂ ଏହା ପରେ ଫିଲ୍ମର ତିଆରି ହେବ । ଏହା ବ୍ୟତୀତ ସଲମାନ ଖାନ ଏପରି ମଧ୍ୟ କହିଥିଲେ ଯେ ସେ ଆଉ କିଛି ଚାହାଁନ୍ତି ଏବଂ ମୁଁ ଆଉ କିଛି ଚାହୁଁଛି । ସେଥିପାଇଁ ଫିଲ୍ମ ‘ଦବଙ୍ଗ ୪’ ରିଲିଜ୍ ପାଇଁ ଲେଟ୍‌ ହେଉଛି ।

ସଲମାନ ଖାନ୍‌ ତାଙ୍କ ଭାଇ ଅରବାଜ ଖାନଙ୍କ ଫିଲ୍ମ ‘ପାଟନା ଶୁକ୍ଲା’ରେ ଅଭିନୟ କରିଥିବା ଅଭିନେତ୍ରୀ ରବିନା ଟଣ୍ଡନଙ୍କର ଏଥିରେ ଖୁବ୍‌ ପ୍ରଶଂସା କରିଥିଲେ । ତେବେ ଅଭିନେତା କହିଛନ୍ତି, ମୁଁ ରବିନାଙ୍କ ସହ ୩ ରୁ ୪ଟି ଫିଲ୍ମରେ କାମ କରିଛି । ଏହା ସହ ମୁଁ ତାଙ୍କୁ ବହୁତ ଦିନରୁ ଜାଣିଛି । ସେ ମୋ ସହିତ ତାଙ୍କର ପ୍ରଥମ ଫିଲ୍ମ କରିଥିଲେ । ବର୍ତ୍ତମାନ ଏତେ ବର୍ଷ ପରେ ଅରବାଜ ତାଙ୍କ ସହ କାମ କରୁଛନ୍ତି । ସେ ବହୁତ ଭଲ ଅଭିନେତ୍ରୀ ଏବଂ ମୋର ବହୁତ ଭଲ ସାଙ୍ଗ । ଏପରି ଅନେକ କଥା କହି ସଲମାନ ଖାନ ରବିନାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି । ଏହା ସହ ସଲମାନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଷେକ କପୁରଙ୍କ ଅପ୍‌କମିଂ ଥ୍ରୀଲରରେ ଅଜୟ ଦେବଗାନଙ୍କ ପୁତୁରା ଅମାନ ଦେବଗାନଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ତାଙ୍କ ଝିଅ ରାଶାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଫିଲ୍ମ ‘ପାଟନା ଶୁକ୍ଲା’ ଷ୍ଟ୍ରିମିଂ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.