ଇମ୍ରାନଙ୍କୁ ଲାଗିବ ଆଉ ଏକ ଝଟକା, ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ

ନୂଆଦିଲ୍ଲୀ (କେନ୍ଯୁଜ୍) : ନିକଟରେ ଇମ୍ରାନଙ୍କୁ ଆଉ ଏକ ଝଟକା ଲାଗିବ। ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ। କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ। ଏହି ଗସ୍ତରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ମୋଦି। ଏହି ଅବସରରେ ହୋଷ୍ଟନରେ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦି ଓ ଟ୍ରମ୍ପ ଏକାଠି ହୋଇ ପାରନ୍ତି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଆସନ୍ତା ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ରହିିଛି। ଏହି କାର୍ଯ୍ୟକ୍ରମରେ ୫୦ ହଜାର ପ୍ରବାସୀ ଭାରତୀୟଙ୍କୁ ମୋଦି ଉଦବୋଧନ ଦେବେ। ଏଥିରେ ମୋଦିଙ୍କ ସହ ଟ୍ରମ୍ପ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁଇ ନେତାଙ୍କ ମଧ୍ୟରେ ଏହି ଅବସରରେ ବ୍ୟାବସାୟିକ ସଂପର୍କ ନେଇ ଆଲୋଚନା ହେବ। କିଛି ନୂଆ ଘୋଷଣା ମଧ୍ୟ ହୋଇପାରେ। କିଛି ଦିନ ପୂର୍ବରୁ ଜି-୭ ସମ୍ମିଳନୀ ଅବସରରେ ମୋଦି-ଟ୍ରମ୍ପଙ୍କ ଆଲୋଚନା ପାକିସ୍ତାନର ନିଦ ହରାଇ ଦେଇଥିଲା। ଏହି ସାକ୍ଷାତ ବେଳେ ମଧ୍ୟସ୍ଥତା ପ୍ରସ୍ତାବରୁ ଓହରି ଯାଇଥିଲେ ଟ୍ରମ୍ପ। ପୁଣି ମୋଦି-ଟ୍ରମ୍ପ ସାକ୍ଷତା ପାକିସ୍ତାନ ପାଇଁ ଆଉ ଏକ ଝଟକା ହେବ।