୧୩୦୦ କୋଟି ବର୍ଷ ତଳର ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ଫଟୋ ସେୟାର କଲା NASA

ଆମେରିକା ସ୍ଥିତ ସ୍ପେସ ଏଜେନ୍ସି ନାସା ୧୩ ଶହ କୋଟି ବର୍ଷ ପୂର୍ବ ସମୟର ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋ ଜାରି କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଫଟୋ ସବୁକୁ ହ୍ୱାଇଟ ହାଉସ ବ୍ରିଫିଙ୍ଗ ସମୟରେ ଜାରି କରିଛନ୍ତି । ଏହି ଫଟୋରେ ଆପଣ ହଜାର ହଜାର ସଂଖ୍ୟକ ଆକାଶଗଙ୍ଗା ଗୁଡିକୁ ଦେଖିପାରିବେ । ଏଥିରେ ମଧ୍ୟ କିଛି ଧୁଆଁଳିଆ ବସ୍ତୁମାନ ଦେଖାଦେଇଛି । ଯାହାର ରଙ୍ଗ ନୀଳ, ନାରଙ୍ଗୀ ଓ ଧଳା ହେବ ବୋଲି ଅନୁମାନ କରାଯାଉଛି । ଏହି ଫଟୋ ଗୁଡିକୁ ନେଇ ନାସା ପକ୍ଷରୁ କୁହାଯାଇଛିକି, “ଏବେ କିଛି ଫଟୋ ପଠାଯାଇଛି । ଏହା ଆରମ୍ଭ ମାତ୍ର । ଆଗକୁ ଆହୁରି ଅଧିକ ସଂଖ୍ୟକ ଫଟୋ ନାସା ପକ୍ଷରୁ ଜାରି କରାଯିବ ।” ନାସା ଏହା ମଧ୍ୟ କହିଛିକି ଗୋଟେ ଗୋଟେ କରି ବିଶ୍ୱର ସବୁଠାରୁ ଉତ୍ତମ ମାନର ଓ ସବୁଠାରୁ ବଡ ଆକାରର ଦୂରବିକ୍ଷ ଯନ୍ତ୍ରରେ ଏହି ଫଟୋ ଗୁଡିକୁ ଉଠାଯାଇଛି ।

ଶୁକ୍ରବାର ନାସା ପକ୍ଷରୁ ଜେମ୍ସ ୱେବଙ୍କ ପ୍ରଥମ ୫ ବ୍ରହ୍ମାଣ୍ଡିୟ ଲକ୍ଷ ଗୁଡିକର ଖୁଲାସା କରାଯାଇଛି । ଯାହା ମଧ୍ୟରେ କେରୀୟା ନେବୁଲା, WASP- 96b, ଦକ୍ଷିଣୀ ରିଙ୍ଗ ନେବୁଲା, ଷ୍ଟିଫେନ କ୍ୱିଟେଣ୍ଟ ଓ SMACS- 0723 ଆଦି ସାମିଲ ରହିଛି । ଏହି ଲକ୍ଷ ଗୁଡିକର ଚୟନ ଏକ ଅନ୍ତରାଷ୍ଟ୍ରୀୟ ସମିତି ଦ୍ୱାରା କରାଯାଇଛି । ଯେଉଁଥିରେ ନାସା, ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି, କାନାଡିୟ ଅନ୍ତରୀକ୍ଷ ଏଜେନ୍ସି, ଅନ୍ତରୀକ୍ଷ ଟେଲିସ୍କୋପ ବିଜ୍ଞାନ ବାଳଟିମୋର ସଂସ୍ଥାନର ସଦସ୍ୟମାନେ ଅଛନ୍ତି । ଅନ୍ୟପକ୍ଷରେ ନାସା ବୈଜ୍ଞାନିକ ବିଲ ନେଲସନ କହିଛନ୍ତିକି, ” ଆମେ ୧୩ ଶହ କୋଟିରୁ ପୂର୍ବ ବର୍ଷ ଗୁଡିକୁ ଦେଖିଛୁ । ଛୋଟ ଛୋଟ କଣିକା ଗୁଡିକୁ ଯାହା ଦେଖିଛୁ ଯାହା ୧୩ ଶହ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି କଣିକା ଗୁଡିକ ପ୍ରାୟ ପୂର୍ବ କଣିକା ଠାରୁ ୮୦୦ ମିଲିୟନ ବର୍ଷ ଛୋଟ ଦେଖାଦେଉଛି । ଏହା ଏମିତି ଏକ ଦୃଶ୍ୟ ଯାହା ହୁଏତ ପୂର୍ବରୁ କେବେ ଦେଖାଯାଇନଥିଲା ।”

ଫଟୋ ଗୁଡିକୁ ରିଲିଜ କରି ଆମେରିକା ରାଷ୍ଟ୍ରପତି କହିଛନ୍ତିକି, ” ହୁଏତ ଏହା ଏକ ଐତିହାସିକ ଦିନ କାହିଁକି ନା ବିଶ୍ୱର ସବୁଠୁ ବଡ ତଥା ଶକ୍ତିଶାଳୀ ଟେଲିସ୍କୋପ ବ୍ରହ୍ମାଣ୍ଡ ଇତିହାସରେ ସାମିଲ ହେବାକୁ ଯାଉଛି । ଏହା ପୁରା ଆମେରିକା ପାଇଁ ଏକ ଐତିହାସିକ କ୍ଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।” ନାସା ପ୍ରଶାସକ ବିଲ ନେଲସନ ହିଁ ଏବାବଦରେ ସୂଚନା ଦେଇଛନ୍ତି । ଏହା ସହ ସେ ଏହା ମଧ୍ୟ କହିଥିଲେକି ଆହୁରି କେତେ ଗୁଡିଏ ରଙ୍ଗୀନ ଫଟୋ ଜୁଲାଇ ୧୨ ତାରିଖରେ ଜାରି କରାଯିବ । ଏହି ଫଟୋ ଗୁଡିକ ହାଇ ରିଜୋଲୁସନ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.